#Breaking News #Crime #District

ପିକଅପ ଭ୍ୟାନ ସହ ଗଞ୍ଜେଇ ଜବତ :ଦୁଇ ଜଣ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ତରଫରୁ ମାରୁତି ପଲ୍ଲୀ ଛକରେ ଥାନା ଅଧିକାରୀଙ୍କ ଙ୍କ ସମେତ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ ଏକ ପିକଅପ ଭ୍ୟାନ ଗାଡି ନଂ ଓଡି- ୦୨-ବିଏମ- ୨୬୫୨ କୁଡୁତୁଲି ଆଡୁ ଆସୁଥିଲା l ସେହି ଗାଡିକୁ ପୋଲିସ ଅଟକାଇ ବାରୁ ସେ ଗାଡି ନ ରହି ପଳାଇ ଯାଉଥିଲା ବେଳେ ଷ୍ଟାଫ ମାନେ ଗାଡି କୁ ଧରିବାରେ ସକ୍ଷମ ହୋଇଥିଲେ l ଚେକ କରିବାରୁ ସେହି ଗାଡ଼ିରେ ୪୧୫ କିଲୋ ୬୦୦ ଗ୍ରାମ ଗଂଜେଇଥିଲା l ସେମାନେ ଏହି ଗଞ୍ଜେଇ ଭୁବନେଶ୍ୱର ନେଇ ଯାଉଥିଲେ l ଏ ସଂକ୍ରାନ୍ତରେ କ.ନୂଆଗାଁ ଥାନା କେଶ ନଂ.୪୭/୨୩ ପ୍ରକାରେ ଏକ ମକଦ୍ଦମା ରୁଜୁ କରି ଗଞ୍ଜେଇ ସହିତ ପିକଅପ ଭ୍ୟାନ ଗାଡିକୁ ଜବତ କରିବା ସହ ଗଂଜେଇ ଚାଲାଣ କାରି କଟକ ଜିଲ୍ଲା ନଖରା ଥାନା ର ଅଧାଳିଆ ଗ୍ରାମର ହରେକୃଷ୍ଣ ବେହେରା ଓରଫ ବାବୁ ବେହେରା ଓ ସଞ୍ଜୟ କୁମାର ସେଠୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଥାନା ଅଧିକାରୀ କୁମର ମୁଦୁଲି ପ୍ରକାଶ କରିଛନ୍ତି l

Leave a comment

Your email address will not be published. Required fields are marked *