#Breaking News #District

ଲାଞ୍ଚ ଅଭିଯୋଗ ରେ
ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ର କନିଷ୍ଠ କିରାଣୀ ଙ୍କୁ ଜେଲ ଓ ଜରିମାନା


ଫୁଲବାଣୀ (ସୁନୀଲ ପଟନାୟକ )
ମଙ୍ଗଳବାର ଫୁଲବାଣୀ ଭିଜିଲାନ୍ସ ଜଜ ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ଉଦ୍ୟାନ ବିଭାଗ କନିଷ୍ଠ କିରାଣୀ ପ୍ରଦୀପ କୁମାର ଚୌଧୁରୀ ଙ୍କୁ ଚାରି ବର୍ଷ ସଶ୍ରମ କାରାଦଣ୍ଡ ଘୋଷଣା କରିବାସହ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମାନା ଅନାଦେୟ ଅଧିକା ୬ ମାସ କାରାଦଣ୍ଡ ଆଦେଶ ଦେଇଛନ୍ତି କୋର୍ଟ l
ସୂଚନା ଯୋଗ୍ୟଯେ, ଅଭିଯୁକ୍ତ ପ୍ରଦୀପ କୁମାର ଚୌଧୁରୀ ନିଜ ବିଭାଗର ସୁନୀଲବେହେରା ନାମକ ଜଣେ ଫିଲଡ କର୍ମଚାରୀ ସାଲାରୀ ଆକାଉଣ୍ଟ ଏସବି ଆଇ ବାଲିଗୁଡା ରୁ ଫୁଲବାଣୀ ଆନ୍ଧ୍ରବ୍ୟାଙ୍କ କୁ ଟ୍ରାନ୍ସଫର କରିବାକୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବ୍ରହ୍ମପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ l ଭିଜିଲାନ୍ସ ପକ୍ଷରୁ 44/18ରେ ମାମଲା ରୁଜୁ ହୋଇଥିଲା l ଫୁଲବାଣୀ ଭିଜିଲାନ୍ସ ଡ଼ିଏସପି ଆର. କେ ସୁନା ଆଇ , ରହିଥିବାବେଳେ ପି. ଛତ୍ରିଆ ଟି ଏଲ ଓ ଦାଇତ୍ୱ ତୁଲାଇଥିଲେ l ବରିଷ୍ଠ ଆଇନଜୀବୀ ତଥା ଭିଜିଲାନ୍ସ
ସ୍ୱତନ୍ତ୍ର ପିପି ଭି. ଭି ରାମ ଦାଶ ମକ ଦମା ଲଢୁଥିଲେ l

ଲାଞ୍ଚ ଅଭିଯୋଗ ରେଉଦ୍ୟାନ ବିଭାଗ କାର୍ଯ୍ୟାଳୟ ର କନିଷ୍ଠ କିରାଣୀ ଙ୍କୁ ଜେଲ ଓ ଜରିମାନା

Leave a comment

Your email address will not be published. Required fields are marked *