#Breaking News #Crime #District

ଗୋଛାପଡା ପୋଲିସ କୁ ମିଳିଲା ସଫଳତା, ୧ ୭ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇଜବତ


ଫୁଲବାଣୀ(ସୁନୀଲ ପଟନାୟକ )ସୋମବାର ଗୋଛାପଡା ପୋଲିସ
କୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ କୁ କଞ୍ଜl ମାଈ ଗ୍ରାମ ରରାସ୍ତା କଡରେ ରଖି ଚାଲାଣ କରିବାକୁ ଉଦ୍ୟମ କରିବାବେଳେ ପୋଲିସ ଟିମ ଚଢ଼lଉ କରି ୧ ୭ କୁଇଣ୍ଟାଲପଚାଶ କେଜି ଗଂଜେଇ ଜବତ କରିଛି l

ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ କରିବା ଲାଗି ମହଜୁଦ ରଖା ଯାଇଥିବା ନେଇ କୌଣସି ସୁତ୍ର ରୁ ଖବର ପାଇ ପୋଲିସ ଟିମ ଘର ଉପରେ ଚଢ଼ାଉ କରି ଜବତକରିଥିଲେ l ତେବେ ଗଂଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ଥିବା ଲିଙ୍ଗରାଜ ଥାପା ନାମକ ଜଣେ ଅଭିଯୁକ୍ତ ପୋଲିସ କୁ ଦେଖି ଘଞ୍ଚ ଜଙ୍ଗଲ ଭିତରକୁ ଚମ୍ପଟ ମାରିଥିବା ଥାନା ଅଧିକାରୀ ମୁନି କହିଛନ୍ତି l
ଥାପା ର ଘର ବୌଧ ଜିଲ୍ଲା ଅନ୍ତର୍ଗତ ମନମୁଣ୍ଡା ଥାନା ଅନ୍ତର୍ଗତ ମାଳତୀ ଗୋଛାପଡା ବୋଲି ଥାନା ଅଧିକାରୀ ମୁନି କହିଛନ୍ତି l
ଗୋଛାପଡା ପୋଲିସ 54/23 ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ମୁନି କହିଛନ୍ତି l
ସେହିପରି ଗୋଚ୍ଛା ପଡ଼ା ଥାନା ଅନ୍ତର୍ଗତ ବିଭିନ୍ନଜଙ୍ଗଲ ରେ ବେଆଇନ ଗଂଜେଇ ଚାଷ ମଧ୍ୟ ନଷ୍ଟ କରୁଛି ପୋଲିସ l
ରଂଜିତ କୁମାର ମୁନି ଥାନା ଅଧିକାରୀ ଭାବେ ଯୋଗ ଦେବାର ମାସ କେଇଟା ରେ ଗଂଜେଇ ମାଫିଆ ଙ୍କୁ ସା ବାଡ଼ କରିବାରେ ସଫଳ ହୋଇଛନ୍ତି ଫଳରେ ଅଂଚଳରେକୋକୁଆ ଭୟ ସୃଷ୍ଟିହୋଇଛି l ଗତ ମାସକ ମଧ୍ୟରେ ଗୋଛାପଡା ପୋଲିସ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ପ୍ରାୟ ଶହେ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇ ଜବତ କରି ନିଜର ଦକ୍ଷତା ପ୍ରମାଣିତ କରିଛି l ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ଥାନା ଅଧିକାରୀ ରଂଜିତ କୁମାର ମୁନି କହିଛନ୍ତି l

Leave a comment

Your email address will not be published. Required fields are marked *