#Breaking News #District

ନାବାଳକ ପୁଅକୁ ସ୍କୁଟି ଦେଇ
କୋଟଗଡ଼ ବିଡ଼ିଓ ଗଣିଲେ ପଚିଶ ହଜାର


ଫୁଲବାଣୀ (ସୁନୀଲ ପଟନାୟକ )
ପରିବହନ ବିଭାଗ ଓ ରାଜ୍ୟ ସରକାରଙ୍କ ସଚେତନତା ସତ୍ୱେ ବାପା ମାନେ ନାବାଳକ ପୁଅକୁ ବାଇକ ଦେବାଲାଗି ଟିକିଏବି କୁଣ୍ଠା ବୋଧ କରୁନାହାନ୍ତି l ନିଜ ଗେଲ୍ହାନାବାଳକ ପୁଅକୁ ତାଗିଦ କରିବା ପରିବର୍ତେ ସ୍କୁଟି ଚଳାଇ ବାକୁ ଦେଇ ନିଜକୁ ବାପା ପଣିଆ ର ଗର୍ବ ଅନୁଭବ କରି ଶେଷରେ ପୁଅ ପୋଲିସ ହାତରେବାଇକ ସହ ପୁଅ ଧରାପଡିବାପରେ ବାପା କନ୍ଧମାଳ ଜିଲ୍ଲା କୋଟଗଡ଼ ବିଡ଼ିଓ ଅର୍ଜୁନ ପ୍ରଧାନଙ୍କୁ ପଚିଶ ହଜାର ଟଙ୍କା ତଣ୍ଡ ଗ ଣିବାକୁ ପଡ଼ିଛି l
ଅମାନିଆ ପୁଅ କୁଆଡେ ବାପା ବିଡ଼ିଓ କହି ନିଜ ସାଙ୍ଗ ସୁଖ ଙ୍କୁ ଧରି ବାଇକ ରେ ଦୃତ ଗତିରେ ଯାଉଥିବା ବେଳେଫୁଲବାଣୀବିସିପଡା ଠାରେ ସଦର ଥାନା ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଗାଡିମୋଟର ଯାଞ୍ଚ ବେଳେ ଧରାପଡିଥିଲା lପୁଅକୁ ପଚରାଉଚୁରା କରିବାବେଳେ ବାପା କୋଟଗଡ଼ ବିଡ଼ିଓ ଅର୍ଜୁନପ୍ରଧାନ ବୋଲି ଜଣା ପଡିଥିଲା l
ଖବର ପାଇନାବାଳକ ର ବାପା କୋଟଗଡ଼ ବିଡ଼ିଓ ଅର୍ଜୁନ ପ୍ରଧାନ ଘଟଣା ସ୍ଥଳ ରେପହଁଚି ପଚିଶ ହଜାର ଟଙ୍କାଜୋରିମାନା ଦେଇ ପୁଅକୁ ଘରକୁ ନେଇଥିଲେ l ଏନେଇ ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମା ର ସାହୁ କହିଛନ୍ତି l ନାବାଳକ ଚଳାଉଥିବା ସ୍କୁଟି ଜବତ ହୋଇଛି l
ସୂଚନା ଯୋଗ୍ୟ ଯେ, ଏବେ ସବୁଆଡେ ଗାଡିମୋଟର ଯାଂଚକଡ଼ାକଡ଼ି ଚାଲିଛି l
ଏପ୍ରିଲ ୧ ରୁ ୭ ଯାଏ ଜିରୋ ଫାଟେଳିଟି ସପ୍ତାହ ଚାଲିଛି lବିଶେଷ କରିଏହି ସମୟ ମଧ୍ୟରେ ୧ ୮ ବର୍ଷ ରୁ କମ ନାବାଳକ ମାନକଂ ଉପରେ କଡା ନଜର ରଖାଯାଇଛି lରାସ୍ତା ଦୁର୍ଘଟଣାରେ ୧ ୮ ବର୍ଷ ରୁ କମ ପିଲାମାନଙ୍କ ଜୀବନ ଯାଉଥିବାରୁ ଏହି ସ୍ୱତନ୍ତ୍ର ଚଢ଼ାଉ କରାଯାଉଥିବା ଆରଟି ଓ ଶିଶିର କୁମର ସାହୁ କହିଛନ୍ତି l ଆର୍ଟି ଓ ସାହୁଙ୍କ ଏଭଳି କାର୍ଯ୍ୟ କୁ ସାଧାରଣ ରେ ବେଶ ପ୍ରଶଂସା କରାଯାଇଛି l

Leave a comment

Your email address will not be published. Required fields are marked *