#Breaking News #Crime #District

ଶାଗ ତୋଳିବା ବେଳେ ଖସି ପଡିଯିବାରୁ ଜୀବନ ଗଲା


ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ବରଡା ଶାଗ ତୋଳିବା ବେଳେ ଗଛରୁ ଖସିପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି l କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି l ସୂଚନା ଅନୁଯାୟୀ, କୋଟଗଡ ଥାନା ଅନ୍ତର୍ଗତ ସାର୍ତ୍ତୁଲ ପଞ୍ଚାୟତ ରଡା ଗ୍ରାମର ମାଧବ ମୁଠାମାଝୀ (୫୦ ବର୍ଷ) ସନ୍ଧ୍ୟାରେ ବରଡା ଶାଗ ତୋଳିବା ପାଇଁ ଗଛ ଉପରେ ଚଡିଥିଲେ l ଅସାବଧାନତା ବଶତଃ ସେ ପ୍ରାୟ ୨୫ ଫୁଟ ଉପରୁ ତଳକୁ ଖସି ପଡ଼ିଥିଲେ l ପରିବାର ଲୋକେ ତାଙ୍କୁ ତୁରନ୍ତ ନେଇ କୋଟଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା l ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି l ଟାଉନ ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବିଷୟ ଏଏସଆଇ ବାଳକୃଷ୍ଣ ପାଇଁ ସୂଚନା ଦେଇଛନ୍ତି l

Leave a comment

Your email address will not be published. Required fields are marked *