#Breaking News #District

ଦୁର୍ଘଟଣା ମୁତ୍ୟୁ ଶୁନ୍ୟ ସପ୍ତାହରେ କନ୍ଧମାଳରେ
୩୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଚାଲାଣକଟିଲା


ଫୁଲ ବାଣୀ(ସୁନୀଲପଟନାୟକ)
ଦୁର୍ଘଟଣାମୃତ୍ୟୁ ଶୁନ୍ୟ ସପ୍ତାହର ଶେଷ ଦିନରେ କନ୍ଧମାଳ ଜିଲ୍ଲା ପରିବହନ ବିଭାଗ ଓ ପୋଲିସ ମିଶି ବିଭିନ୍ନ ଥାନା ଇଲାକାରେ ଚେକିଙ୍ଗ କରି ୩୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଚାଲାଣ କାଟିଥିବାବେଳେ ୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ନଗଦ ଫାଇନ ସଂଗ୍ରହ କରି ସଫଳତା ପାଇଛି। ନୂତନ ଭାବେ କେଇ ମାସ ହେଲା ଦାୟୀତ୍ଵ ଗ୍ରହଣ କରିଥିବା ଆରଟିଓଶିଶିର କୁମାର ସାହୁ ଏମଭିଆଇଓ ଅନ୍ୟ କର୍ମଚାରୀମାନଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରୀକତା, ଓ କାର୍ଯ୍ୟଦକ୍ଷତା ଯୋଗୁଁ ଏହା ସମ୍ଭବ ହୋଇଛି । ଚଳିତ ଏପ୍ରିଲ ୧ରୁ ୭ ଯାଏ ପାଳନ ହେଉଥିବା
ଦୁର୍ଘଟଣାମୃତ୍ୟୁ ଶୁନ୍ୟ ସପ୍ତାହରେ ଏହି ଫାଇନ ଆଦାୟ ହୋଇଥିବା ଆରଟି ଓ ଶିଶିର କୁମାର ସାହୁ କହିଛନ୍ତି ।ଓଭର ସ୍ପିଡ୍ ଚାଳକଙ୍କଠାରୁ ପରିବହନ ବିଭାଗ ୩୬ ଜଣ କୁ ଧରିଥିବାବେଳେ ପୋଲିସ ଜଣକୁ ଧରିଛି । ସେହିପରି ପରିବହନ ବିଭାଗ ହେଲମେଟ ପିନ୍ଧିନ ଥିବା ୩୦୭ବାଇକ ଚାଳକଙ୍କୁ ଧରିଥିବାବେଳେ ପୋଲିସ ୧୯ଜଣଙ୍କୁ ଧରିଛି । ସିଟ ବେଲ୍ଟ ବାନ୍ଧି ନ ଥିବା ୨୩ଜଣ ଚାଳକଙ୍କୁ ପରିବହନ ବିଭାଗ ଧରିଥିବାବେଳେ୬ଜଣଙ୍କୁ ପୋଲିସ,ମୋବାଇଲ ବ୍ୟବହାର କରି ଗାଡି ଚଳା ଉଥିବା ୮ ଜଣଙ୍କୁ, ମଦ୍ୟପାନ କରି ଗାଡ଼ି ଚଳାଉଥିବା ୪୪ଜଣ ପରିବହନ ବିଭାଗ ଦ୍ଵାରା ଚେକିଙ୍ଗ ରେ ଧରାପଡିଛନ୍ତି । ସେହିପରିଓଭର ଲୋଡ୨ଜଣ ଓ ୨ଜଣ ନାବାଳକ ଗାଡି ଚାଳକ ଙ୍କୁ ପରିବହନ ବିଭାଗ ଧରି ଚାଲାଣ କାଟିଛି । ବାଇକରେ ୩ଜଣ ବସିକି ଯାଉଥିବାବେଳେ ୪୯ ଜଣଙ୍କୁ ପରିବହନ ବିଭାଗର ସ୍କାଡଧରିଥିବାବେଳେ ପୋଲିସ୬ଜଣଙ୍କୁ ଧରିଛି । ସେହିପରି ଏହି ସମୟ ମଧ୍ୟରେ ୫୫୧ଇ-ଚାଲାଣ ପରିବହନ ବିଭାଗ କାଟିଥିବାବେଳେ ପୋଲିସ୬୫ଜଣଙ୍କର କାଟିଛି । ସେହିପରି ପରିବହନ ବିଭାଗ ୧୧୪ ଜଣଙ୍କ ଡି.ଏଲ ରଦ୍ଦ କରିଥିବାବେଳେ ପୋଲିସ ୨ଜଣଙ୍କର ଡିଏଲରଦ୍ଦ କରିଛି ।
ସେହିପରି ପରିବହନ ବିଭାଗନଗଦ ୧ ଲକ୍ଷ ୮୩ ହଜାର ୩୧୦ଟଙ୍କା ଆଦାୟ କରିଥିବାବେଳେ ବିଭିନ୍ନ ଥାନା ଇଲାକାରେ ପୋଲିସ ୧୮ ହଜାର ୫୦୦ଟଙ୍କା ଫାଇନ ଆଦାୟ କରିଥିବା ଏକ ସରକାରୀ ରିପୋର୍ଟରୁ ଜଣାପଡିଛି ।
ଦିନକୁ ଦିନ ରାସ୍ତା ଦୁର୍ଘଟଣା ବୃଦ୍ଧି ସହ ମୃତ୍ୟୁସଂଖ୍ୟା ବଢୁଥିବାରୁ ଏହି ଚେକିଙ୍ଗ ଆଗକୁ ପ୍ରତିଦିନ କରାଯିବା ସହ ବେପରୁଆ ମଦ୍ୟପ ଗାଡି ଚାଳକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁ ଓ ଜଣେପୋଲିସ ଅଧିକାରୀ ମଧ୍ୟ କହିଛନ୍ତି ।

Leave a comment

Your email address will not be published. Required fields are marked *