#Breaking News #District

ଫିରିଙ୍ଗିଆ ପୋଲିସ ର ସଫଳତା ଏକ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇଜବତ


ଫୁଲବାଣୀ (ସୁନୀଲ ପଟନାୟକ )
ଶୁକ୍ରବାର ଫିରିଙ୍ଗିଆ ପୋଲିସ
କୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତ୍ତୃତ୍ଵରେ ପୋଲିସ ବରପଦା ଗ୍ରାମ ର ହନୁମନ୍ତ ସାହାଣୀ ର ଘର ଉପରେ ଚଢ଼lଉ କରି ଏକ କୁଇଣ୍ଟାଲକୋଡିଏ କେଜି ଗଂଜେଇ ଜବତ କରିଛି l ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ କୌଣସି ସୁତ୍ର ରୁ ଖବର ପାଇ ପୋଲିସ ଟିମ ଚଢ଼ାଉ କରି ଜବତକରିଥିଲେ lଏ ସମ୍ପର୍କରେ ପୋଲିସ ଦୁଇ ଅଭିଯୁକ୍ତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ବରପଦା ଗ୍ରାମର ମିଥୁନ ମାଝୀ ଓ ହନୁମନ୍ତ ସାହାଣୀ କୁ ଗିରଫକରିଛି l
ଫିରିଙ୍ଗିଆ ପୋଲିସ 54/23ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ତପନ ନାହାକ କହିଛନ୍ତି l
ହନୁମନ୍ତ ର ଘର ପଛପଟେ ଏସବୁ ଗଂଜେଇ ଚାଲାଣ ପାଇଁ ରଖାଯାଇଥିଲା ବୋଲି ଥାନା ଅଧିକାରୀ ନାହାକ କହିଛନ୍ତି l
lସେହିପରିବେଆଇନ ଗଂଜେଇ ଚାଷ ସଂପର୍କରେ ଲୋକଙ୍କୁ ସଚେତନ କରି ଏଥିରୁ ନିବୃତ ରହିବା କୁ ଫିରିଙ୍ଗିଆ ପୋଲିସ ପରାମର୍ଶ ଦେଉଛି l

Leave a comment

Your email address will not be published. Required fields are marked *