#Breaking News #District

ତୃତୀୟ ପର୍ଯ୍ୟାୟ ରେ
କନ୍ଧମାଳ ଜିଲାରେ ୭୭ ହାଇସ୍କୁଲର ରୂପାନ୍ତରୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ


ଫୁଲବାଣୀ
ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାରେ ତୃତୀୟ ପର୍ଯ୍ୟାୟ ରେ ୭ ୭ ଟି ହାଇସ୍କୁଲ ର ରୂପାନ୍ତରୀକରଣ କାର୍ଯ୍ୟ ଚାଲିଛି l ଏସବୁ ହାଇସ୍କୁଲ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟ ରେ ପହଂଚି ଛି lବିଶେଷ କରି ଏସବୁ ହାଇସ୍କୁଲ ୫ ଟି ଅନ୍ତର୍ଭୁକ୍ତ କରାଯାଇ ସମସ୍ତ ପ୍ରକାର ଆନୁସଙ୍ଗିକ ସ୍ମାର୍ଟ କ୍ଲାସରୁମ, ଟଏଲେଟ, ସାଇନ୍ସ ଲାବ, ଖେଳପଡିଆ, ପାନୀୟ ଜଳ ଆଦି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସହ ଉନ୍ନତ ମାନର ଶିକ୍ଷା ଦାନ ରବ୍ୟବସ୍ଥା କରାଯିବ l ନିର୍ମାଣ କାର୍ଯ୍ୟ ଯେପରି ଉନ୍ନତମାନର ହେବ ସେଥିପ୍ରତି ପ୍ରଶାସନ ସତର୍କନଜର ରଖିଛି l
ବିଭିନ୍ନ ସମୟରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଜ଼ିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଉପଜିଲାପାଳ ବାଲିଗୁଡା,ଓ ଫୁଲବାଣୀ ପ୍ରମୁଖ ସ୍କୁଲ ପରିଦର୍ଶନ କରି ନିର୍ମାଣକାର୍ଯ୍ୟ ତଦାରଖ କରୁଛନ୍ତି l ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଓ ଜ଼ିଲ୍ଲା ପରିଷଦ କାର୍ଯ୍ୟନିଵାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ ଙ୍କ ନିଷ୍ଠା ପର ଉଦ୍ୟମ, ଆନ୍ତରିକତା, ସଚୋଟତା ଓ କାର୍ଯ୍ୟଦକ୍ଷତା ଯୋଗୁଁ ମାଓ ତଥା ଦୁର୍ଗମ ଇଲାକା ଗୁଡିକ ରେ ହାଇସ୍କୁଲ ରୂପାନ୍ତରୀକରଣକାର୍ଯ୍ୟ ଉନ୍ନତ ମାନର ହେବା ସହ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଚାଲିଛି ଯାହାକି ନିର୍ଧାରିତ ସମୟ ସୀମା ମଧ୍ୟରେ ସରିଯିବ ବୋଲି କୁହାଯାଉଛି l
ସେହିପରି ପ୍ରତି ବ୍ଲକର ବିଡ଼ିଓ ମାନଙ୍କୁମଧ୍ୟ ନିୟମିତ ନିର୍ମାଣ କାର୍ଯ୍ୟ ତଦାରଖ କରିବା ଲାଗି ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି l
ବର୍ତମାନ ବାଲିଗୁଡା ବ୍ଲକ ରେ ୯ ଗୋଟି ହାଇସ୍କୁଲ ର ରୂପାନ୍ତରୀ କରଣ କରାଯାଉଥିବା ବେଳେ ଚକାପାଦ ବ୍ଲକ ରେ ଚାରିଟା, ଦାରିଙ୍ଗବାଡି ୧ ୧ ଟି, ଜି ଉଦୟଗିରି ୩, k.ନୂଆଗାଁ ୬, ଖଜୁରୀପଡା ଓ କୋଟଗଡ଼ ବ୍ଲକ ରେ ଚାରିଟି ଲେଖାଏଁ, ଫିରିଙ୍ଗିଆ ୧ ୧ ଟି, ଫୁଲବାଣୀ, ଟିକାବାଲି ଓ ରାଇକିଆ ସାତଟି ଲେଖାଏଁ, ତୁମୁଡିବନ୍ଧ ବ୍ଲକ ୩ଟି ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟ ହାତକୁ ନିଆଯାଇଛି l ସେହିପରି ବାଲିଗୁଡା ଏନ ଏ ସି ରେ ଗୋଟିଏ ହାଇସ୍କୁଲ ହାତକୁ ନିଆଯାଇଥିବା ସରକାରୀ ରିପୋର୍ଟ ରୁ ଜଣାପଡିଛି l
ତୃତୀୟ ପର୍ଯ୍ୟାୟ ସୁଧା ଜିଲାର ୧ ୭ ୧ ଗ୍ରାମ ପଂଚାୟତ ମଧ୍ୟରୁ ଶହେ ପଇଁଚାଳିଶ ଟି ପଂଚାୟତ କୁ ଅନ୍ତର୍ଭୁତ ହୋଇଥିବାବେଳେ ୨ ୬ ଟିପଞ୍ଚାୟତ ବାଦ ପଡ଼ିଛି lସେହିପରି ବଳକା ୫୩ ଟି ହାଇସ୍କୁଲ ମଧ୍ୟ ୫ ଟି ରୂପାନ୍ତରୀକରଣ ଅପେକ୍ଷା ରେ ରହିଛି l
ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ରେ ଦଶ ଗୋଟି ହାଇସ୍କୁଲ ରୂପାନ୍ତରୀକରଣ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୭ ୩ ଟି ହାଇସ୍କୁଲ ରୂପାନ୍ତରୀକରଣ କରାଯାଇଥଲା l ଏହାକୁ ମୁଖ୍ୟମନ୍ତ୍ରୀ ୨ 0୨ ୨ ଜୁନ ୩
ଉଦଘାଟନ କରିଥିଲେ l

Leave a comment

Your email address will not be published. Required fields are marked *