#Breaking News #District

ଦୁର୍ଗମ ତଥା ମାଓ ପ୍ରବଣ ଶ୍ରୀରାମପୁର ପଂଚାୟତ ର ବହୁ ଗ୍ରାମ କୁ ରାସ୍ତା ନାହିଁ


ଫୁଲବାଣୀ (ସୁନୀଲ ପଟନାୟକ )
ସରକାର ଗମନାଗମନ ର ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଛ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାର ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଗଣିତ କୋଟଗଡ଼ ବ୍ଲକ ର ଶ୍ରୀରାମପୁର ପଂଚାୟତର ଅନେକ ଗାଁକୁ ଭଲ ରାସ୍ତା ନାହିଁ ଫଳରେ ଲୋକେ ଯିବା ଆସିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l
ଅଭିଯୋଗ କଲେ ଶୁଣୁଛି ବା କିଏ ?
ଗୋଟିଏ କି ଦୁଇଟି ଗାଁ ନୁହେଁ ପାଖାପାଖି ପନ୍ଦର ଗାଁ କୁ ରାସ୍ତା ନଥିବା ଜଣା ପଡ଼ିଛି l ପଂଚାୟତ ଅନ୍ତର୍ଗତ ସମ୍ମି, ମହୁଲଭଜା, ମେରାଗୁଡ଼ି, ଡଙ୍ଗା ବଡେରୀ, ଗହିରି ଗାଁ, ପାଦୁଗୁଡା, ଟୁକୁ ମାହା, ଜାମପଡ଼ା ଆଦି କେତକ ଗ୍ରାମକୁ ଭଲ ରାସ୍ତା ନଥିବା ଅଭିଯୋଗ ହେଉଛି l ବର୍ଷା ହେଲେ କାଦ ସର ସର l ଗାଡି ମୋଟର ଯିବା ତ ଦୂରର କଥା ପାଦ ରେ ଚାଲିବା କଷ୍ଟ ସାଧ୍ୟ ହୋଇପଡୁଛି l
ପଂଚାୟତ ରୁ ଚାଉଳ ନେବାସମ୍ଭବ ହେଉନି l ପିଲାମାନେ ସ୍କୁଲ ଯିବା ମଧ୍ୟ କଷ୍ଟ l ସେହିପରି ଏକାଧିକ ଗ୍ରାମକୁ ବିଦ୍ୟୁତ ଲାଇନ ଯାଇନି lଗୁହାରି କଲେ ଶୁଣୁନି ପ୍ରଶାସନ l
ମାଓ ଇଲାକା ହୋଇଥିଲେ ମଧ୍ୟ ମୋବାଇଲ ନେଟ ୱାର୍କ ନାହିଁ l
କାମ ଧନ୍ଦା ଅଭାବରୁ ଅନେକ ଯୁବକ ଯୁବତୀ ଦାଦନଖଟିବାକୁ ରାଜ୍ୟ ବାହାରକୁଯାଉଛନ୍ତି l
ଅନ୍ତତଃ ରାସ୍ତା ନିର୍ମାଣ ହେଲେ ସମସ୍ୟା କିଛିଟା ସୁଧୁରି ଜାଆ ନ୍ତା ବୋଲି ଗ୍ରାମର ସଚେତନ ନାଗରିକ, ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି l

Leave a comment

Your email address will not be published. Required fields are marked *