#Breaking News #District

ମେଡିକାଲ ରେ ଜନ୍ମ ଦିନ ମନାଇଲା ଜଗା, ସାତ ପୁରି ୮ ଚାଲିଲା

ଫୁଲବାଣୀ (ସୁନୀଲ ପଟନାୟକ )
ରବିବାର ଧୁମ ଧାମ ରେ ଜନ୍ମ୍ ଦିନମନାଇଲା ଜଗା l ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ମିଲୁପଡା ଗ୍ରାମର ଯୋଡ଼ା ମୁଣ୍ଡ ଜଗାକୁ ଆଜି ସାତ ବର୍ଷ ପୁରୀ ଆଠ ବର୍ଷ ଚାଲିଲା l ଜଗା ଦିଲ୍ଲୀ ଏମ୍ସ ରେ ଅପରେସନ ପରେ ଫୁଲବାଣୀ ର ମୁଖ୍ୟଚିକିତ୍ସାଳୟ ର ଶିଶୁ ୱ୍ଆର୍ଡ ର ଦୁଇ ନମ୍ବର୍ କ୍ୟାବିନ ରହିଆସୁଛିl ରବିବାର ଦିନ ଫୁଲବାଣୀ ମୁଖ୍ୟ ଚିକିସା ଲୟ ପରିସର ରେ ଶିଶୁ କ୍ୟାବିନ ରେ ଜଗା ପାଳିଛି ତାର ଜନ୍ମଦିନ l ଏହି ଅବସରରେ ମେଡିକାଲ ର କର୍ମଚାରୀ ଠାରୁ ଆରମ୍ଭକରି ଡାକ୍ତର ଓ ସାମ୍ବାଦିକ ମାନେ ମଧ୍ୟ ଜଗା ଜନ୍ମଦିନରେ ଯୋଗଦେଇ ଥିଲେ l ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମିଳୁପଡା ରେ ଯୋଡ଼ା ମୁଣ୍ଡ ଜଗା ବଳିଆ ଏପ୍ରିଲ 2015 ରେ ଜନ୍ମ ଗ୍ରହଣ କରିଥିଲା l 2019 ରେ ବିଭିନ୍ୟ ସମ୍ବାଦପତ୍ର ତଥା ଟିଭି ରେ ଖବର ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗାର ଅପରେସନ ପାଇଁ ଟଙ୍କା ମଂଜୁର କରିବା ସହିତ ଜଗାର ଅପରେସନ ହୋଇଥିଲା l କିଛିଦିନ ପରେ ବଳିୟାର ମୃତୁ ହୋଇଥିବାବେଳେ ଜଗା ସୁସ୍ଥ ହୋଇ ଫୁଲବାଣୀ ମେଡିକାଲ କୁ ଫେରିଥିଲା l ଏବେ ଜଗା ଧୀରେ ଧୀରେ ବଡ଼ ହେବାକୁ ଲାଗିଛିl ଜାଗା ପାଠ ପ୍ରତି ମଧ୍ୟ ଆଗ୍ରହ ପ୍ରକାଶ କରୁଛି l ଆଜି ଜାଗା ନିଜ ଭଉଣୀ ସୁଭଦ୍ରା ସହ କେକ କାଟି ନିଜ ଜନ୍ମ ଦିନ ପାଳି ବହୁ ଖୁସିଥିବା କହିଛନ୍ତି ବାପା ଓ ମା |

Leave a comment

Your email address will not be published. Required fields are marked *