#Breaking News #District

ତୃତୀୟ ଜ଼ିଲ୍ଲାପରିଷଦ ବୈଠକ
ସରକାରୀ ଅଧିକାରୀ ଓ ଲୋକ ପ୍ରତିନଧି ମାନେ ମିଳିମିଶି କାର୍ଯ୍ୟକରିବାକୁ ସାଂସଦ ଙ୍କ ପରାମର୍ଶ


ଫୁଲବାଣୀ (ସୁନୀଲ ପଟନାୟକ )
ମଙ୍ଗଳ ବାର କନ୍ଧମାଳ ଜିଲ୍ଲା ପରିଷଦ ର ତୃତୀୟ ଅଧିବେଶନ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ବିଶ୍ୱରଂଜନ ନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ଜିଲ୍ଲାପରିଷଦ ଅଧକ୍ଷା ନନ୍ଦିନୀ ମଲ୍ଲିକ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସାଂସଦଡ଼ଃ. ଅଚୁତ୍ୟ ସାମନ୍ତ ସମେତ ଫୁଲବାଣୀ,ବାଲିଗୁଡା ଓ଼ଜି ଉଦୟଗିରି ବିଧାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଓ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗଦେଇଥିଲେ l ତେବେ, ବୈଠକ ଆରମ୍ଭ ହେବାପୂର୍ବରୁ ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟା ମାନେ ଜିଲାର ବିଭିନ୍ନ ବିଭାଗ ର ସରକାରୀ ଅଧିକାରୀମାନେ ଜ଼ିଲ୍ଲାପରିଷଦ ର ନିର୍ବାଚିତ ସଦସ୍ୟ ମାନଙ୍କୁଗୁରୁତ୍ୱ ନ ଦେଇ ଅଣଦେଖା କରୁଥିବା, ଫୋନରିସିଭ କରୁନଥିବା, ଅଭିଯୋଗ କରି ବୈଠକକୁ ବର୍ଜନ କରି ଗୃହରୁ ବାହାରି ଯାଇଥିଲେ l
ରୀତିମତ ଏହି ଅଭିଯୋଗ କରାଯାଉଥିଲେ ବି ଅଧିକାରୀ ମାନେ ଶୁଣୁନାହାନ୍ତି l
ପରିସ୍ଥିତି ଜଟିଳ ହେବାର ଦେଖି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ବାଲିଗୁଡା ବିଧାୟକ ଚକ୍ରମଣି କହଁର ସଦସ୍ୟ ମାନଙ୍କୁ ବୁଝାଇ ଗୃହକୁ ଫେରାଇ ଆଣିଥିଲେ l ସଦସ୍ୟମାନେ ଏକ୮ ଦଫା ଦାବି ଜିଲ୍ଲାପାଳ ପାଟିଲ ଙ୍କୁ ପ୍ରଦାନ କରିଥିଲେ l ପରେ ଜିଲ୍ଲାର ବିଭିନ୍ୟ ସମସ୍ୟା ଓ ଯୋଜନା ଉପରେ ଆଲୋଚନା ହୋଇଥିଲା l
ଲୋକପ୍ରତିନିଧି ଓ ସରକାରୀ ଅଧିକାରୀ ମାନେ ମିଶି ନିଷ୍ଠା ଓ ଆନ୍ତରିକତାର ସହ ଉନ୍ନୟନ ମୂଳକ କାର୍ଯ୍ୟ କରିବା ଲାଗି ସାଂସଦ ଡ଼ଃ ସାମନ୍ତ ପରାମର୍ଶ ଦେଇଥିଲେ l
ସରକାରଙ୍କ ଲୋକହିତକର ଯୋଜନା ରେ ଯେପରି ଗ୍ରାମାଞ୍ଚଳ ର ଲୋକେ ଯେପରି ଅଧିକ ଉପକୃତ ହେବେ ସେଥିପ୍ରତି ସତର୍କ ଦୃଷ୍ଟି ଦେବାଲାଗି ସାଂସଦ ସାମନ୍ତ ଆହୁରି କହିଥିଲେ l ବୈଠକ ରେ
ବିଶେଷଭାବେ ଜିଲ୍ଲାର କମ ସଂଖ୍ୟକ ଛାତ୍ର ଛାତ୍ରୀ ଥିବା କିଛିପ୍ରାଥମିକ ସ୍କୁଲକୁ ସରକାର ଉଠାଇଦେଇଥିବାରୁ ତୁରନ୍ତଚଳିତ ଶିକ୍ଷା ବର୍ଷ ରେ ଖୋଲିବାଲାଗି ଦାବି କରିଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଭୁଲ ରିପୋର୍ଟ ପାଇଁ ବହୁ ସ୍କୁଲ ବନ୍ଦ ହୋଇଥିବା ଉପସ୍ଥିତ ସମସ୍ତ ସଦସ୍ୟଓ ସଦସ୍ୟା ଅଭିଯୋଗ କରିଥିଲେ l ସେହିପରିଦୁର୍ଗମ ଅଂଚଳ କୋଟଗଡ ଓ଼ତୁମୁଡିବନ୍ଧ ଫିରିଙ୍ଗିଆ ସମେତ ବିଭିନ୍ନ ଅଚଳରେ ନିମ୍ନମାନର ରାସ୍ତା ନିର୍ମାଣ କୁ ନେଇ ବିଧାୟକମାନେ ଅଭିଯୋଗ ଆଣିଥିଲେ l ଏମଜିଏନଆର ର୍ଜିଏସ କାମରେ ଲୋକଙ୍କ ବଦଳରେକେତକ ସ୍ଥାନରେ ମେସିନ ରେ କାମ ହେଉଥିବା ନେଇ ଅଭିଯୋଗ ଆଣିଥିଲେ l ଏହା ଦ୍ୱାରା ଲୋକକମାନେ କାମ ଧନ୍ଦା ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା କହିଥିଲେ l ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ଏହି ବୈଠକରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ, ଓ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *