#Breaking News #District

ପାଚେରୀ ଡେଇଁ ଚମ୍ପଟ ମାରିଥିବା ଦୁଈ ଛାତ୍ରୀ ଉଦ୍ଧାର


ଫୁଲବାଣୀ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ସ୍ଥିତ ସୁଭଦ୍ରା ମହତାବ ସେବାସଦନ ରେ ରହି ପାଠପଢୁଥିବା ଦୁଇଜଣ ଛାତ୍ରୀ ଙ୍କୁ ଉଦ୍ଧାର କରାଯାଇଛି l ଏ ଦୁହେଁ କାହାକୁ ନଜଣାଇ ଚୁପ ଚାପ ପାଚେରୀ ଡ଼େଇଁ ଚମ୍ପଟ ମାରିଥିଲେ l ଉଦ୍ଧାର କରାଯିବା ପରେ ଏମାନଂକୁ ପୁଣି ଠାରେ ସୁଭଦ୍ରା ମହତାବ ସେବା ସଦନ ରେ ରଖାଯାଇଛି l
ମାଟ୍ରିକ ପରିକ୍ଷା ସରିବାପରେ ଏମାନେ ଗାଁ କୁ ଯିବାଲାଗି ଚାହିଁଥିଲେ l ହେଲେ କତୃପକ୍ଷ ଏମାନଙ୍କୁ ଘରକୁ ଯିବାକୁ ଦେଇନଥିଲେ l ଦୁହିଁଙ୍କ ମଧ୍ୟରୁ ଜଣଙ୍କ ଘର ଫୁଲବାଣୀ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ରାଇ କିଆ ଅଂଚଳରେ l
କତୃପକ୍ଷ ମନା କରିବା ପରେ ଏ ଦୁହେଁ ପାଚେରୀ ଡ଼େଇଁ ଚମ୍ପଟ ମାରିଥିଲେl ଏ ନେଇ ସୁଭଦ୍ରା ମହତାବ ସେବା ସଦନ କତୃପକ୍ଷ ସ୍ଥାନୀୟ ଥାନାରେ ଜଣାଇବାପରେ ପୋଲିସ ବହୁତ ଖୋଜାଖୋଜି ପରେ ରାଇକିଆ ରେ ନିଜ ଘରକୁ ଦୁହେଁ ଯାଇଥିବା ନେଇ ପୋଲିସ ଜାଣିବାକୁପାଇଥିଲା l ଆଉ ସେଠାରୁ ଉଦ୍ଧାର କରିଥିଲା l

Leave a comment

Your email address will not be published. Required fields are marked *