#Breaking News #District

ବାଲିଗୁଡାରେ ବୈଷୟିକ ଶିକ୍ଷା ସଚେତନ ରଥ ପରିକ୍ରମା


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ବର୍ତ୍ତମାନ ସମୟରେ ବୈଷୟିକ ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ଼ (ଓକେସିଏଲ) ଓଡିଶାର ପ୍ରତ୍ୟେକ ଜିଲ୍ଳାରେ ବୈଷୟିକ ଶିକ୍ଷା ସଚେତନ ରଥ ଭ୍ରମଣ କରୁଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଓକେସିଏଲ ଅଧିନସ୍ଥ ୟୁଆଇସିଟି କମ୍ପୁଟର ସେଣ୍ଟର ଠାରୁ ଏହି ରଥକୁ ବାଲିଗୁଡା ସେଣ୍ଟର ପରିଚାଳକ ବିଦେଶୀ ମହାରଣା ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ସମଗ୍ର ସହର ପରିକ୍ରମା କରିଥିଲା l ଏଥିରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ l ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷାର ଆବଶ୍ୟକତା କୁ ଜଣାଇ ଓକେସିଏଲର ଏଭଳି କାର୍ଯ୍ୟକୁ ଶ୍ରୀ ମହାରଣା ସାଧୁବାଦ ଜଣାଇଥିଲେ l ଓଡିଶା ସରକାର ଇଲେକ୍ଟ୍ରୋନିକ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଓ ମହାରାଷ୍ଟ୍ର ନଲେଜ କର୍ପୋରେସନରେ ମିଳିତ ଉଦ୍ୟମରେ ଓଡିଶା ନଲେଜ କର୍ପୋରେସନ ଦ୍ୱାରା ସମଗ୍ର ରାଜ୍ୟରେ ଜନସାଧାରଣଙ୍କ ନିକଟରେ କିପରି କମ୍ପୁଟର ଶିକ୍ଷା ପହଞ୍ଚିପାରିବ ତାହାର ସୁବନ୍ଦୋବସ୍ତ କରିଛନ୍ତି ଏବଂ ଓଏସ-ସିଆଇଟି (OS-CIT) ଭଳି ଉନ୍ନତ ମାନର କମ୍ପୁଟର ପାଠ୍ୟକ୍ରମର ତାଲିମ ଦେଉଛନ୍ତି l ଏହି ପାଠ୍ୟକ୍ରମରେ ସଫଳତାର ସହ ଉତୀର୍ଣ୍ଣ ହେଵା ପରେ ଛାତ୍ରଛାତ୍ରୀ ମାନଙ୍କୁ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ସଫଳତା ପ୍ରମାଣ ପତ୍ର ଦିଆଯାଉଛି l ଯେଉଁ ପ୍ରମାଣ ପତ୍ର ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ରାଜ୍ୟ ସରକାର, କେନ୍ଦ୍ର ସରକାର, ବେସରକାରୀ ସଂସ୍ଥା ଏବଂ ବିଭିନ୍ନ କର୍ମ ନିୟୋଜନ ସଂସ୍ଥାରେ ନିଯୁକ୍ତି ପାଇଁ ମଧ୍ୟ ଆବେଦନ କରିପାରିବେ l ଜାଲ ସାର୍ଟିଫିକେଟ ଦେଉଥିବା ସଂସ୍ଥାଠାରୁ ଦୁରେଇ ରହିବାକୁ ସଚେତନ କରିବା ସହ ଓଡିଶା ସରକାରଙ୍କ ଓଏସ-ସିଆଇଟି (OS-CIT) ଭଳି ଉନ୍ନତ ମାନର ପାଠ୍ୟକ୍ରମ ପଢିବାକୁ ସ୍ଥାନୀୟ ୟୁଆଇସିଟି (UICT) କମ୍ପୁଟର ସେଣ୍ଟରର ପରିଚାଳକ ଶ୍ରୀ ମହାରଣା ପରାମର୍ଶ ଦେଇଥିଲେ l

Leave a comment

Your email address will not be published. Required fields are marked *