ବାଇକ ଦୂର୍ଘଟଣା ରେ ସାମ୍ବାଦିକ ଗୁରୁତର

Udaya_Labanya | April 22, 2023 | 26 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
ଶୁକ୍ରବାରକନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ର ବରିଷ୍ଠ ସାମ୍ବାଦିକ ତଥା କେ ଡି ଯେ ଏ ର କାର୍ଯ୍ୟକାରୀ ସଦସ୍ୟ ରଜତ ନାୟକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇପଡିଥିବାବେଳେ ଗୁରୁତର ହୋଇପଡିଛନ୍ତି l ରଜତ ଦିନ ଦୁଇଟାରେ ବାଇକ ଚଳାଇ ଘରକୁ ଯାଉଥିବାବେଳେ ରାସ୍ତାରେ ଥିବା ଗାଈପଲ ସହ ବାଇକ ଧକା ହେବା ଫଳରେ ସେ ବାଇକ ସହ ଛି ଟିକିପଡ଼ିଥିଲେ lତାଙ୍କର ମୁଣ୍ଡ, ରେ ଆଘାତ ହେବl ସହ ଦୁଇ ହାତ ଭାଙ୍ଗିଯାଇଛି lଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେଚିକିତ୍ସା ପାଇଁ ରାଇକିଆ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ, ତେବେ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି l
ଖବର ପାଇ ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ଜିଲ୍ଲା ସାମ୍ବାଦିକ ସଙ୍ଘ ସଂଗଠନ ସମ୍ପାଦକ ଜୟ ସେନ ପରିଡା, ସାମ୍ବାଦିକ ସନ୍ତୋଷ ବେହେରା, ଯୁବ ନେତା ତଥା କଂଗ୍ରେସ ନଗର ସଭାପତି ଶିବ ଶଙ୍କର ବେହେରା ପ୍ରମୁଖ ଡାକ୍ତର ଖାନା ଯାଇ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories