#Breaking News #District

ସେବାଶ୍ରମର ପାଚିକା ଙ୍କୁ ଅସଦାଚରଣ ଅଭିଯୋଗ : ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ ସହ ଜୋରିମାନା ଆଦେଶ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ରଢା ସେବାଶ୍ରମର କୋଭିଡ ହଷ୍ଟେଲରେ ନିୟୋଜିତ ପାଚିକାଙ୍କୁ ଅସଦାଚରଣ ଅଭିଯୋଗରେ କୋଟଗଡ ଦେୱାନୀ ଓ ଫୌଜଦାରି ଅଦାଲତ କୋର୍ଟରେ ବିଚାରଣ କରି କୋଟଗଡ ଦେୱାନୀ ଓ ଫୌଜଦାରୀ ଅଦାଲତର ପ୍ରଥମ ବିଚାର ବିଭାଗୀୟ ବିଚାରପତି ଅନୁରାଗ ଦେହୁରୀ ଉକ୍ତ କେଶର ଫଇସଲା କରି ଅଭିଯୁକ୍ତ କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୨୦୦ ଟଙ୍କାର ଜୋରିମାନା ଏବଂ ଜୋରିମାନା ଅନାଦେୟ ୩ ମାସ ୨୦ ଦିନ ଅଧିକା ସଜା ଏବଂ ଜିଲ୍ଲା ଆଇନ ପ୍ରାଧିକରଣ କୁ ପୀଡିତା ମହିଳାଙ୍କୁ ଭରଣପୋଷଣ ର ବିଚାର ପାଇଁ ସୁପାରିଶ କରିଥିବା ନିଜ ରାୟ ରେ ପ୍ରକାଶ କରିଛନ୍ତି l ପ୍ରକାଶ ଯେ, ଅଭିଯୁକ୍ତ ମୂଷିଙ୍ଗା ମୁଠା ମାଝୀ ୨୦୨୧ ମସିହା ରେ କୋଟଗଡ ବ୍ଲକର ରଢା ସେବାଶ୍ରମର କୋଭିଡ ହଷ୍ଟେଲରେ ନିୟୋଜିତ ପାଚିକାଙ୍କୁ ଅସଦାଚରଣ ଅଭିଯୋଗରେ ହୋଇଥିବା ମାମଲାର କୋଟଗଡ ଥାନା କେଶ ନଂ.୭୭/୨୦୨୧ , ଧାରା ବି ୨୩, ୪୪୮,୩୫୪, ୩୫୪ଏ, ୩୫୪ବି , ୫୦୬ ,୫୦୯ ଆଇପିସି ଅନୁସାରେ ସିଟି କେଶ ନଂ ୭୩/୨୦୨୧ ର ବିଚାର କରାଯାଇ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ପ୍ରଥମ ବିଚାର ବିଭାଗୀୟ ବିଚାରପତି ଏହି ରାୟ ଶୁଣାଇଛନ୍ତି l ଏହି ମାମଲାକୁ କୋଟଗଡ କୋର୍ଟର ସରକାରୀ ଓକିଲ ସବିତା ସାମନ୍ତରାୟ ପରିଚାଳନା କରୁଥିଲେ l

Leave a comment

Your email address will not be published. Required fields are marked *