#Breaking News #District

ରାଜ୍ୟ ସ୍ତରୀୟ ଶ୍ରମିକ ଦିବସ ରେ ସାମ୍ବାଦିକ ସମ୍ବର୍ଦ୍ଧିତ


ଫୁଲବାଣୀ (ସୁନୀଲ ପଟନାୟକ )
କଳିଙ୍ଗ ପେଶାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ବିଶ୍ୱ ଶ୍ରମିକ ଦିବସ ରେ କନ୍ଧମାଳ ଜିଲାର ବରିଷ୍ଠ ସାମ୍ବାଦିକ ତଥା କନ୍ଧମାଳ ଜିଲ୍ଲା ସାମ୍ବାଦିଜ ସଙ୍ଘ କାର୍ଯ୍ୟକାରୀ ସଭାପତି ଓ ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସର ରେ ମୁଖ୍ୟ ଅତିଥି ଭାବେରାଜ୍ୟ ଗୃହ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା, ସିନେ ଅଭିନେତା ଅଶ୍ରୁମୋଚନ ମହାନ୍ତି, ଇଣ୍ଡିଆ ମିଡ଼ିଆ ୱର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଏସୋସିଏସନ, ନୂଆ ଦିଲ୍ଲୀ ବ
ବାଲ୍ଲା ଭାସ୍କର, ପୂର୍ବତନ ମେୟର ତଥା ବିଧାୟକ ଅନନ୍ତ ନାରାୟଣ ଜେନା, ରାଜ୍ୟ ସଭାପତି ମନୋଜ ଦାଶ, ରାଜ୍ୟ କାର୍ଯ୍ୟକାରୀ ସଭାପତି ପରମାନନ୍ଦ ଦାସ, ଡ଼ଃ. ଅରୂପ ଜେନା, ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଈ ପୁଷ୍ପ ଗୁଛ, ଉପଢୌକନ, ଓ ସ୍ମାରକୀ ଦେଈ ସମ୍ବର୍ଦ୍ଧିତ କରିଥିଲେ lବିଶେଷ କରି ଦିର୍ଘ ଚାରି ଦଶନ୍ଧି ଧରି ନିର୍ଭିକ, ନିରପେକ୍ଷ ସମ୍ବାଦ ପରିବେଷଣ କରି ନିଜ ଅଂଚଳ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିବା ରୁ ସମ୍ବର୍ଦ୍ଧିତ କରାଯାଇଥିଲା l

Leave a comment

Your email address will not be published. Required fields are marked *