#Breaking News #District

ଫିରିଙ୍ଗିଆ ପୋଲିସ ଚଢ଼ାଉ ୩ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇଜବତ


ଫୁଲବାଣୀ (ସୁନୀଲ ପଟନାୟକ )
ବୁଧବାର ଫିରିଙ୍ଗିଆ ପୋଲିସ
କୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ବଳିଷ୍ଠ ନେତ୍ତୃତ୍ଵରେ ପୋଲିସ ଟିମ ସଦଳ ବଳେ ନୂଆପଦ ର ପଂଚାୟତ ର ସୁଲେପଡା ଜଙ୍ଗଲ ନିକଟ ରେ ଏକ କୁଡ଼ିଆଉପରେ ଚଢ଼lଉ କରି ୩ କୁଇଣ୍ଟାଲ ୨ ୭ କେଜି ୬ ଶହ ଗ୍ରାମ ଗଂଜେଇ ଜବତ କରିଛି l ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ ପାଇଁ ସେଠାରେ ମହଜୁଦ ଥିବା କୌଣସି ସୁତ୍ର ରୁ ଖବର ପାଇଫିରିଙ୍ଗିଆ ପୋଲିସ ଟିମ ଚଢ଼ାଉ କରି ଜବତକରିଥିଲେ l ତେବେ ପୋଲିସ ଟିମ କୁ ଦେଖି ଦୁଇ ଜଣ ଅଭିଯୁକ୍ତ ଘଞ୍ଚ ଜଙ୍ଗଲ ଭିତରକୁ ଚମ୍ପଟ ମାରି ଥିଲେ l
ଜବତ ଗଂଜେଇ ର ଆନୁମାନିକ ମୂଲ୍ୟ ଦଶ ଲକ୍ଷ ରୁ ଊର୍ଧ୍ଵ ହେବ ବୋଲି କୁହାଯାଉଛି l
ଏ ସମ୍ପର୍କରେ ଫିରିଙ୍ଗିଆ ପୋଲିସ ୬୭ /୨୩ ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ତପନ ନାହାକ କହିଛନ୍ତି l
ସେହିପରି ଫିରିଙ୍ଗିଆ ଥାନା ଅନ୍ତର୍ଗତ ବିଭିନ୍ନଜଙ୍ଗଲ ରେ ଅତର୍କିତ ଚଢ଼ାଉ କରି ଏକର ଏକର ବେଆଇନ ଗଂଜେଇ ଚାଷସବୁ ନଷ୍ଟ କରି ଥିଲା ପୋଲିସ lଏଥିସହ ସଚେତନତା ମଧ୍ଯସୃଷ୍ଟି କରୁଛି ପୋଲିସ l କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ଙ୍କ ସମୟୋ ଚିତ ପଦକ୍ଷେପ ଯୋଗୁଁ ପୋଲିସ ସଫଳତା ହାସଲ କରୁଥିବା ଜଣାପଡିଛି l

Leave a comment

Your email address will not be published. Required fields are marked *