#Breaking News #District

ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରାଉଛି କନ୍ଧମାଳ ଜି ଏନ ଏମ ଟ୍ରେନିଂ


ଫୁଲବାଣୀ
ବିଶେଷ କରି ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ଗୁଡ଼ ରି ସାହି ରେ ଥିବା କନ୍ଧମାଳ ଜି ଏନ ଏମ ଟ୍ରେନିଂ ସେଣ୍ଟର l
ସହର ଠୁ ମାତ୍ର ପନ୍ଦର କିଲୋମିଟର ଦୂରରେ ରହିଛି ଏହାର ନିଜସ୍ୱ ଗୃହ l
କମ ମୂଲ୍ୟରେ ଏଠାରେ ଛାତ୍ରୀ ମାନଙ୍କୁ ଟ୍ରେନିଂ ନେବାର ସୁଯୋଗ
ମିଳୁଛି l ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୧ ୨ ବର୍ଷ ଧରି ଏହି ଟ୍ରେନିଂ ସେଣ୍ଟର ଚାଲିଛି l ଆରମ୍ଭ ରୁ ଏଯାଏଁ ପାଖାପାଖି ଏକ ହଜାର ଛାତ୍ରୀ ଓ ଛାତ୍ର ଙ୍କୁ ଟ୍ରେନିଂ ଦେଈ ସ୍ୱାବଲମ୍ବୀ କରିଥିବା କଥା ବିଦ୍ୟାଳୟ ର ସନ୍ତୋଷ ମିଶ୍ର କହିଛନ୍ତି l
ବିଦ୍ୟାଳୟ ର ପ୍ରତିଷ୍ଠାତା ଅଜିତ ଦାଶ ଓ ସନ୍ତୋଷ ମିଶ୍ର ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା, କାର୍ଯ୍ୟ ଦକ୍ଷତା ଯୋଗୁଁ ଏଠାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି l
ଏଠାରୁ ପାସ କରିଥିବା ସବୁ ଛାତ୍ରୀ ଓ ଛାତ୍ର ମାନେ ସରକାରୀ ଓ ବେସରକାରୀ ସ୍ତରରେ ଚାକିରୀ କରି ଆତ୍ମ ନିର୍ଭର ଶୀଳ ହୋଇଥିବା ମିଶ୍ର କହିଛନ୍ତି l
ସେହିପରି ଏଠାରେ ଛାତ୍ରୀ ମାନଙ୍କ ରହିବାପାଇଁ ହଷ୍ଟେଲ ବ୍ୟବସ୍ଥା ଅଛି l ଶିକ୍ଷାର୍ଥୀ ମାନଙ୍କ ଯିବା ଆସିବା ଲାଗି ବସ ବ୍ୟବସ୍ଥା ମଧ୍ୟ ରହିଛି l
କେବଳ ସେତିକି ନୁହେଁ ଛାତ୍ରୀ ମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି l
ଅଭୀଜ୍ଞ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଦ୍ୱାରା ନିୟମିତ ଶିକ୍ଷା ଦେବାସହ ପ୍ରାକ୍ଟିକାଲ ବି କରାଯାଉଛି l
ଏଣୁ ଏହାର ସୁଯୋଗ ନେବା ଲାଗି ବିଦ୍ୟାଳୟ ପରିଚାଳନା କମିଟି କହିଛନ୍ତି l

Leave a comment

Your email address will not be published. Required fields are marked *