#Breaking News #District

ମୃତ୍ୟୁ କୁ ଡାକୁଛି ଥୁଣ୍ଟା ଶିମିଳି ଗଛ


ଫୁଲବାଣୀ (ସୁନୀଲ ପଟନାୟକ )
ମୃତ୍ୟୁ କୁ ହାତ ଠାରି ଡାକୁଛି ଥୁଣ୍ଟା ଶୁଖିଲା ଶିମିଳି ଗଛ l
ଫୁଲବାଣୀ ସହର ର ବ୍ଲକ କଲୋନୀ
ରେ ଥିବା ବହୁ ପୁରୁଣା ଶିମିଳି ଗଛ ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି l କେତେବେଳେ କେଉଁ ମୁହୁର୍ତରେ ଉପୁଡିପଡିବ ଏ କଥା କିଏ କହିବ ?ବେଳେ ବେଳେ ଟିକିଏ ପବନ ବର୍ଷା ହେଲେ ଡାଳ ଭାଙ୍ଗି ତଳେ ପଡୁଛି ଫଳରେ କଲୋନୀ ଭିତରେ ରହୁଥିବା ଲୋକେ ଯା ଆସ କରିବାକୁ ମଧ୍ୟ ଡରୁଛନ୍ତି l ଦୁର୍ଭାଗ୍ୟ ବଶତଃ ଯଦି ଗଛ ଉପୁଡିପଡିବ ତେବେ ଘର ମଧ୍ୟ ମାଡ଼ିବସିବା ସମ୍ଭାବନା କୁ ଏଡାଇ ଦିଆଯାଇନପାରେ l
ଗଛ ଟିକୁ କଟାଇବାଲାଗି କଲୋନୀ ବାସୀ ବିଡ଼ିଓ ଓ ଜଙ୍ଗଲ ବିଭାଗ ରେଞ୍ଜର ଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିବା କହିଛନ୍ତି l
ବନ ବିଭାଗ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଈ ତୁରନ୍ତପଦକ୍ଷେପ ନେବାକୁ କଲୋନୀ ବାସୀ ଦାବୀ କରିଛନ୍ତି l

Leave a comment

Your email address will not be published. Required fields are marked *