#Breaking News #Crime #District

କନ୍ଧମାଳ ରେ ପୁଣି ଲାଲ ତାଣ୍ଡବ,
ଘରୁ ଡାକି ନେଇ ଗୁଳିକରି ନିର୍ମମ ହତ୍ୟା, ଗ୍ରାମବାସୀ ଭୟଭୀତ


ଫୁଲବାଣୀ -( ସୁନୀଲ ପଟନାୟକ )

କିଛି ଦିନ ବ୍ୟବଧାନ ପରେ ପୁଣି ସକ୍ରିୟ ଲାଲ ବାହିନୀ l ଗତ କାଲି ବିଳମ୍ବିତ ରାତି ରେ ଦଶ ରୁ ଊର୍ଧ୍ଵସ ଶସ୍ତ୍ର ମାଓବାଦୀ ଘରୁ ଡ଼ାକିନେଇନିଜ ବାରିଆଡେ ହିଁ ଗୁଳି କରି ନିର୍ମମ ହତ୍ୟା କରିଛନ୍ତି ମାଓ ବାଦୀ ମାନେ l
ସୂଚନା ମୁତାବକ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁ ମରବନ୍ଧ ପଞ୍ଚାୟତ ର ସାଉଲ୍ ପଡ଼l ଠାରେ ସୁବଳ କହଁର ଘରେ ଶୋଇଥିବା ସମୟରେ ମାଓ ବାଦୀ ଘରୁ ଡାକି ନେଇ ସୁବଳ ଙ୍କ ଘରଠାରୁ 200 ମିରର ଦୂରରେ ପାଖାପାଖି ପାଞ୍ଚ ରାଉଣ୍ଡ ଗୁଳି କରି ହତ୍ୟା କରିଛନ୍ତି l
ସୁବଳ କହଁର ଜଣେ ପୂର୍ବତନ ସରପଞ୍ଚ ବୋଲି ଜଣା ପଡିଛି l ଆଗରୁ ସେ ମାଓବାଦୀ ଙ୍କ ଟାର୍ଗେଟ ରେ କୁଆଡେ ଥିଲେ l କେଉଁ କାରଣ ରୁ ସୁବଳ କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ l ବର୍ତମାନ ସେଇ ଗ୍ରାମ ଜନ ଶୂନ୍ୟ ହୋଇ ଥିବା ବେଳେ ପୋଲିସ ଘଟଣା ସ୍ଥଳ ରେ ପହଁଚି ନାହିଁ l
ମାଓ ବାଦୀ ଙ୍କ ଟାର୍ଗେଟ ରେ ଥିବା ନେଇ ସୁବଳ ଜାଣିବାପରେ ସେ ଗାଁ ଛାଡି ବାଲିଗୁଡା ଅଂଚଳ ରେ ରହୁଥିଲେ l ତେବେ ଗାଁ ନିକଟରେ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ କିଛିଦିନ ହେଲା ଦଣ୍ଡ ଯାତ୍ରା ସମୟରୁ ଗାଁ କୁ ଆସି ଘରେ ରହୁଥିଲେ ସୁବଳ l

Leave a comment

Your email address will not be published. Required fields are marked *