#Breaking News #District

ମାଓ ଇଲାକାରେ ଡିଜିପି


ଫୁଲବାଣୀ(ସୁନୀଲ ପଟନାୟକ )ଶନିବାର ପୋଲିସ ମହାନିର୍ଦେଶକ ସୁନୀଲ ବଂଶଲ ହେଲିକପ୍ଟର ଯୋଗେ କନ୍ଧମାଳ ଗସ୍ତ ରେ ଆସିମାଓ ଅଧ୍ୟୁଷିତ ତୁମୁଡିବନ୍ଧ ବ୍ଲକ ର ଭଣ୍ଡରଙ୍ଗୀ ଯାଇ ସେଠାରେ ଥିବା ସିଆରପିଏଫ କ୍ୟାମ୍ପ କୁ ଯାଇ ଯବାନ ମାନଙ୍କ ସହ ଆଲୋଚନା କରିଥିଲେ l ଡିଜିପି ବଂଶଲ ପହଂଚିବା ପରେ ସିଆରପିଏଫ ଯବାନମାନେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ l
ଡିଜିପି ବଂଶଲ ଯବାନ ମାନଙ୍କ କାର୍ଯ୍ୟ ଶୈଳୀ କୁ ପ୍ରଶଂସା କରିବାସହ ସର୍ବଦା ନିଷ୍ଠା, ଆନ୍ତରିକତାର ସହ ଉତ୍ସର୍ଗୀକୃତ ମନୋଭାବ ନେଇ ସର୍ବଦା କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l
ସେହିପରି ମାଓ ଦମନ ଦିଗରେ ମଧ୍ୟ ଯବାନ ମାନଙ୍କୁ କିଛି ଟିପ୍ସ ମଧ୍ୟ ଦେଇଥିଲେ l
ଡିଜିପି ଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ସିଆରପିଏଫ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *