ଅମୃତମଣୋହି ଜମି ମହାପ୍ରଭୁଙ୍କୁ ଫେରାଇବା ଅଭିଯାନ। ବେଦାନ୍ତ ବିରୋଧୀଙ୍କ ନାଲିହଣା ରେ ସଭା

Udaya_Labanya | May 14, 2023 | 73 views |0 | Breaking News , District

ପୁରୀ( ଉଲ୍ଲାପ୍ର )

ପୁରୀ- କୋଣାର୍କ ବେଳାମାର୍ଗ ଉପକଣ୍ଠ ୨୨ ମୌଜା ଅଞ୍ଚଳର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ଏକରର ମୂଲ୍ୟବାନ ଚାଷଜମି ଓ ଘରବାରୀ ଜମିକୁ ଶାଗମାଛ ଦରରେ ଏକ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ କରିବା ଆଳରେ ବେଦାନ୍ତ କମ୍ପାନୀ ହାତେଇଥିଲା । ବେଦାନ୍ତ କମ୍ପାନୀକୁ ଏହି ଜମି ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ଅହେତୁକ ଅନୁକମ୍ପା ଦର୍ଶାଇ ସରକାରୀ ଜମି, ସ୍ଥିତିବାନ ଜମି ସହ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଜମି ମଧ୍ୟ ହସ୍ତାନ୍ତର କରିଥିଲେ । ଯାହାକୁ ନେଇ ତୀବ୍ର ଜନ ଅସନ୍ତୋଷ ମୁଣ୍ଡ ଟେକିଥିଲା ଓ ପରବର୍ତ୍ତୀ ସମୟରେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ଏହାକୁ ଦୃଢ଼ ବିରୋଧ କରିଥିଲା । ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ନେତୃତ୍ବରେ ବେଦାନ୍ତ ବିରୋଧୀମାନେ କେବଳ ପୁରୀ ସହର ନୁହେଁ, ରାଜ୍ୟବାସୀଙ୍କୁ ଏହି ବେଆଇନ୍ ଜମି ହସ୍ତାନ୍ତର ନେଇ ସଚେତନ କରିବା ସହ ନୂଆଦିଲ୍ଲୀ ଠାରେ ବିଶାଳ ଶୋଭାଯାତ୍ରାରେ ପ୍ରତିବାଦ କରିଥିଲେ । ଶେଷରେ ହାଇକୋର୍ଟଙ୍କ ଠାରୁ ସୁପ୍ରିମକୋର୍ଟ ଯାଏଁ ବେଦାନ୍ତ କମ୍ପାନୀର ଏହି ଜମି ଦଖଲକୁ ବେଆଇନ ଦର୍ଶାଇବା ସହ କମ୍ପାନୀକୁ ପ୍ରତ୍ୟକ୍ଷ ଭାବେ ସହଯୋଗ କରିଥିବା ରାଜ୍ୟ ସରକାରଙ୍କୁ ବି ଭର୍ତ୍ସନା କରିଛନ୍ତି। ଏବେ ଜମିହରା ପ୍ରଜାମାନେ କିପରି ତାଙ୍କ ଜମି ଫେରିପାଇବେ ସେ ନେଇ ପୁଣି ସଂଘର୍ଷ ଆରମ୍ଭ କରୁଥିବା ଜଣାଯାଇଛି। ଆଜି ପୂର୍ବାହ୍ନରେ ପୁରୀ ସଦର ୨୨ ମୌଜା ଅନ୍ତର୍ଗତ ନାଲିଅଣା ଠାରେ ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥଙ୍କ ସଭାପତିତ୍ବରେ ଜମିହରା ପ୍ରଜାମାନେ କିପରି ତାଙ୍କ ଜମି ଫେରିପାଇବେ ସେନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦାମୋଦର ପ୍ରଧାନ, ବିଷ୍ଣୁ ପ୍ରସାଦ ମିଶ୍ର, ମଧୁସୂଦନ ରାଉତରାୟ, ତପନ ଭୋଇ, ମୁରଲୀ ମହାପାତ୍ର, ସତ୍ୟପ୍ରିୟ ଜେନା, ଦାମୋଦର ନାୟକ, ଲକ୍ଷ୍ମଣ ପ୍ରଧାନ, ପ୍ରଭାକର ସ୍ୱାଇଁ, ପର୍ଶୁରାମ ପ୍ରଧାନ, କୈଳାସ ସ୍ବାଇଁ, ହରପ୍ରସାଦ ଜେନା, ଡଃ ନିରଞ୍ଜନ ବିଶ୍ୱାଳ ଓ ପୂର୍ବତନ ସରପଞ୍ଚ ତଥା ବିଶିଷ୍ଟ ଚାଷୀ ନେତା ରମେଶ ଦଳାଇ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ନିଜ ଭାତହାଣ୍ଡିକୁ ସୁରକ୍ଷା ଦେବା ସହ ଫେରାଇ ଆଣିବାରେ ପ୍ରମୁଖ ବିନ୍ଧାଣୀ ସାଜିଥିବା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥଙ୍କୁ ନାଲିଅଣା ଗ୍ରାମବାସୀଙ୍କ ପକ୍ଷରୁ ଉଛତ୍ସିତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆୟୋଜିତ ବୈଠକରେ ସମସ୍ତ ଜମିହରା ପ୍ରଜାମାନେ ନିଜ ନିଜ ଜମି ଯେପରି ସୁରୁଖୁରୁରେ ଫେରିପାଇବେ ସେ ସମ୍ପର୍କରେ ଦାବି ଉପସ୍ଥାପନ କରିଥିଲେ।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories