#Breaking News #District

କାଶିନୀନିପଦର ପଞ୍ଚାୟତ ରେ ହିତାଧିକାରୀ ଙ୍କ ଚାଉଳହଡପ ଅଭିଯୋଗ
ଯୋଗାଣ ସହାୟକ ଙ୍କ ସଂପୃକ୍ତି ଅଭିଯୋଗ

    ଫୁଲବାଣୀ ( ଉଲ୍ଲାପ୍ର)କୌଣସି ସିପରିସ୍ଥିତିରେ କାହାର ଯେପରି ଅନାହାର ମୃତ୍ୟୁ ନ ହେବ କି କେହିଯେମିତି ଉପାସ ରହିବେନି ତାକୁ ଦୃଷ୍ଟିରେ ରଖି 

ସରକାର ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଯୋଗାଇଦେଉଛନ୍ତି,ହେଲେ କେଉଁଠି ଯୋଗାଣ ସହାୟକ ଚଞ୍ଚକତା କରି ହରି ଲୁଟ କରୁଥିବା ବେଳେ କେଉଁଠି ବିଭାଗର ଅଧିକାରୀ ମାନେ ମଧ୍ୟ ହରି ଲୁଟ ରେ ସମ୍ପୃକ୍ତ ଥିବା ଦେଖିବାକୁ ମିଳିଥିବା ବେଳେ କିଛି ପଞ୍ଚାୟତ ରେ ଚାଉଳ କାର୍ଡ କୁ ବନ୍ଧା ରଖି ସେମାନଙ୍କ ଚାଉଳ କୁ ଅଭିନଵ ଉପାୟରେ ଲୁଟୁଥିବା ଦେଖିବାକୁ ମିଳୁଛି ।ଏମିତିଏକ ସାଙ୍ଘାତିକ ଅଭିଯୋଗ ଆସିଛି ଫିରିଙ୍ଗିଆ ବ୍ଲକ କାଶିନୀପଦର ପଞ୍ଚାୟତ ରୁ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଜଣେ ହିତାଧିକାରୀଙ୍କୁ ମିଳୁଥିବା ୫ କେଜି ଚାଉଳ ପରିବର୍ତେ ୩ କେଜି ଚାଉଳକୁଆଡେ ଦିଆ ଯାଉଛି । ଏଥି ସହ ଏହି ପଞ୍ଚାୟତ ରେ କାର୍ଯ୍ୟରତ ଯୋଗାଣ ସହାୟକ ଭୋଳାନଥ ପ୍ରଧାନ ଦିର୍ଘ ଦିନ ଧରି ପିଡ଼ିଏସ ଚାଉଳ ହେରଫେର କରି ଆସୁଥିବା ନେଇ ଅଭିଯୋଗ ହେଉଥିବା ବେଳେ କିଛି ବ୍ୟବସାୟୀ ଙ୍କୁ କୁଇଣ୍ଟାଲ କୁଇଣ୍ଟାଲ ଚାଉଳ କୁଆଡେ ସୁବିଧା ଦେଖି ବିକ୍ରି କରିଦେଉଥିିବା ଭଳି ସାଂଙ୍ଘାତିକ ଅଭିଯୋଗ କରିଛନ୍ତି ସ୍ତାନୀୟ ହିତାଧିକାରୀ ମାନେ । ଅନ୍ୟପଟେ ଯୋଗାଣ ସହାୟକ ଜଣକ ନିଜ ଗାଡିରେ ଚାଉଳ ଚାଲାଣ କରୁଥିବା ଅଭିଯୋଗ ହୋଇଥିବା ବେଳେ କୁଲି ମାନେ ମଧ୍ୟ ଚାଉଳ ଚାଲାଣ କେମିତି କରାଯାଉଛି ତାହା ସୂଚନା ଦେଇଛନ୍ତି । ଏହି ଘଟଣା ପରେ ଯୋଗାଣ ସହାୟକ ଙ୍କ ଚାଉଳ ଚଲାଣ କେଳେଙ୍କେରୀ ର ଚଞ୍ଚକତା ଧରାପଡିଛି । ତେବେ ଏତେ କମ ଚାଉଳ କାହିଁକି ଦିଆ ଯାଉଛି ପଚାରିଲେ ଉପରୁ ଚାଉଳ କମ ଆସୁଛି ବୋଲି ଉତର ଦେଉଛନ୍ତି ସମ୍ପୃକ୍ତ ଯୋଗାଣ ସହାୟକ । ଯାହାକୁ ନେଇ ପଞ୍ଚାୟତ ବାସୀଙ୍କ ମଧ୍ୟରେତୀବ୍ର ଅସନ୍ତୋଷ ଦେଖା ଦେଇଛି ।ପ୍ରତି ମାସରେ ଚାଉଳ ହେରଫେର କରୁଥିବା ବେଳେ ହିତାଧିକାରୀ ଙ୍କୁ କମ ଚାଉଳ ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ ସମ୍ପୃକ୍ତ ଯୋଗାଣ ସହାୟକ ଜଣକ ପ୍ରତି ମାସ ରେ ଆସୁଥିବା ସହ ଶହ ଶହ ଲିଟର କିରୋସିନ କଳା ବଜାର କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଙ୍କ ପାଖରେ ପହଞ୍ଚୁ ନ ଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି l ପଞ୍ଚାୟତ ରେ ଚାଉଳ ବାଣ୍ଟିବା ଦାୟିତ୍ୱରେ ଥିବା ଯୋଗାଣ ସହାୟକ କୁ ଅଭିଯୋଗ କଲେ ସେ କୁଆଡେ ସେହି ଲୋକକୁ ହାତ କରି ଅଧିକ କିଛି ଚାଉଳ ଦେଇ ମୁହଁ ବନ୍ଦ କରୁଥିବା ଭଳି ଅଭିଯୋଗ କରିଛନ୍ତି ହିତାଧିକାରୀ ମାନେ l ଅନ୍ୟ ପଟେ ଲୋକେ ଯୋଗାଣ ସହାୟକ କୁ ଅଭିଯୋଗ କରିବାରୁ ସରକାର ୭୧କୁଇଣ୍ଟାଲ ଚାଉଳ କାଟି କରି ଦେଇଥିବା କହୁଛନ୍ତି ଯୋଗାଣ ସହାୟକ । କାହିଁ କିି କଟା ଯାଇିଛି କହିଲେ କିଛି ଉତର ରଖୁ ନାହାନ୍ତି । ସରକାରଙ୍କ କ’ଣ ନିର୍ଦ୍ଦେଶ ରହିିଛି ଚାଉଳ କାଟିବାକୁୁ ନେଇ ବାରମ୍ବାର ଲୋକେ ଦାବିି କରିବାରୁ ସେ ଏକ ଚିଠିି ଦେଖାଉଛନ୍ତି । ଯେଉଁଥିରେ ପଞ୍ଚାୟତ ରେ ପୂର୍ବରୁ ୭୧ କୁୁଇଂଟାଲ ଚାଉଳ ଷ୍ଟକ ଥିବା ଦର୍ଶାଯାଇଛି । ଯଦିି ପୂର୍ବର୍ରୁ ଷ୍ଟକ ଥିଲା । ତାହାଲେ ସେ ଚାଉଳ କୁଆଡେ ଗଲା ବୋଲି ଲୋକେ ଦାବିି କରିଛନ୍ତି । ପୂର୍ବରୁ ଚାଉଳ ଠିକ୍ ଦିଆ ଯାଉଥିଲା । ଆଜକୁ ୩ ମାସ ହେଲା ଚାଉଳ କାଟିକମ ଦିଆଯାଉଛି । କହିଲେ ସରକାର କାଟିଛନ୍ତି ଅମେ କଣ କରିବୁ ବୋଲିି କହୁଛନ୍ତି ସେ ।ଖବର ରୁ ଜଣା ପଡିଛି ଯେ, ମାର୍ଚ୍ଚ ମାସ ସୁଦ୍ଧା ପଞ୍ଚାୟତ ରେ ପାଖାପାଖି ୭୨ କୁୁଇଂଟାଲ ଚାଉଳ ଷ୍ଟକ ଥିଲା । ସେଥିପାଇଁ ମାର୍ଚ୍ଚପରଠାରୁ ପଞ୍ଚାୟତ କୁ ଯେତିକିି ଚାଉଳ ଆସିବା କଥା ସେଥିରୁ ୭୨ କୁଇଣ୍ଟାଲ ଚାଉଳ କାଟି କି ମିଳିଲା । ତେଣୁ ଏହି ଚାଉଳକୁ ଆତ୍ମସାତ କରାଯାଇିଥିବା ଅଭିଯୋଗ ହୋଇଛି । ଲୋକଙ୍କୁ ଭୂଆଁ ବୁଲାଇବା କୁ ଚେଷ୍ଟା କରାଯାଇ ଚାଉଳ କାଟି ଦିଆଯାଉଛି । ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁୁ ସାମାଜିକ କର୍ମୀ କେଶବ ଦିଗାଲ ପ୍ରକାଶ କରିଛନ୍ତ । ଯୋଗାଣ ସହାୟକ ଭୋଳାନାଥ ପ୍ରଧାନଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତର ଦେଇନାହାନ୍ତି । ଅନ୍ୟପଟେ ଏହି ପଞ୍ଚାୟତ ରେ କାର୍ଯ୍ୟରତ ଯୋଗାଣ ସହାୟକ ଭୋଲାନାଥ ପ୍ରଧାନ ଙ୍କ ନାରେ ଆଗରୁ ମଧ୍ୟ ଏମିତି ପିଡିଏସ ଚାଉଳ ହେରଫେର ନେଇ ଅନେକ ଅଭିଯୋଗ ରହିଛି । ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଯୋଗାଣ ବିଭାଗ ର ଉଚ୍ଚ ପଦରେ ଥିବା କର୍ମଚାରି ଙ୍କ ସହ ଫିରିଙ୍ଗିଆ ବ୍ଲକ ଦାୟିତ୍ୱରେ ଥିବା ଯୋଗାଣ ନିରିକ୍ଷକ କାହିିଁ କି ଏଘଟଣା ବିଷୟରେ ତଦନ୍ତ କରୁନାହାଁନ୍ତି ଓ ଚୁପ ରହୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କାସିନିପଦର ପଞ୍ଚାୟତ ର ହିତାଧିକାରୀ ଓ ଜନସାଧାରଣ । ଅନ୍ୟପଟେ ସମ୍ପୃକ୍ତ ଯୋଗାଣ ସହାୟକ ଜଣକ ଦିର୍ଘ ଦିନ ଧରି ଏହି ପଞ୍ଚାୟତ ରେ କାର୍ଯ୍ୟରତ ଥିବା ବେଳେ ସେ ଏହି କାସିନିପଦର ଅଞ୍ଚଳ ର କୁଆଡେ ଜଣେ ପ୍ରଭାବ ଶାଳି ବ୍ୟକ୍ତି ବୋଲି ଶୁଣିବାକୁ ମିଳୁଛି l । ତେବେ ପଞ୍ଚାୟତ ରେ ଯୋଗାଣ ସହାୟକ ଦାୟିତ୍ୱରେ ରହିବାର ଖୁବ କମ ଦିନ ମଧ୍ୟରେ ସେ ନିଜ ପାଇଁକୁଆଡେ ଅନେକ କିଛି କରିସାରିଛନ୍ତି । ଶୁଣିବାକୁ ମିଳୁ ଛିଯେ, ତାଙ୍କ ନାରେ ଛଅ ଛଅ ଟି ଛୋଟବଡ ଚାରି ଚକିଆ ଓ ଦୁଇ ଚକିଆ ଗାଡି ମଧ୍ୟ ରହିଥିବା ବେଳେ କାସିନିପଦର ରେ ଦୁଇଦୁଇଟି କୋଠା ଓ ଫୁଲବାଣୀ ସହରରେ ଏକାଧିକ ପ୍ଲଟ ମଧ୍ୟ ରହିଛି । ପୂର୍ବରୁ ଗଞ୍ଜେଇଚୋରା ଚାଲାଣ ବେଳେ ଧରା ପଡ଼ିଥିବା ଗାଡିଟି ମଧ୍ୟ ଯୋଗାଣ ସହାୟକ ଙ୍କ ର ବୋଲି ଜଣା ପଡ଼ିଥିବା ବେଳେ ଏତେ କମ ଦିନ ମଧ୍ୟରେ ଏତେସବୁ ସମ୍ପତିର ଅଧିକାରୀ କିପରି ହେଲେ ବୋଲି ସ୍ତାନୀୟ ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ସମ୍ପୃକ୍ତ ଯାଗାଣ ସହାୟକ ଙ୍କ ଉପରେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ସ୍ତାନୀୟ ହିତାଧିକାରୀ ଓ ଅଂଚଳ ବାସୀ ।
ନିରପେକ୍ଷ ତଦନ୍ତ ହେଲେ ସବୁକିଛି ଜଣାପଡିବ ବୋଲି ଗ୍ରାମ ବାସୀ ମତ ଦେଇଛନ୍ତି l

Leave a comment

Your email address will not be published. Required fields are marked *