#Breaking News #District

ମଈ ମାସ ୨୨ ତାରିଖରୁ ଆମଲାମାନଙ୍କର କଳାବ୍ୟାଚ ପରିଧାନ ପୂର୍ବକ ପ୍ରତିବାଦ ଓ ଦାବି ପୂରଣ ନ ହେଲେ ଜୁନ ୧ ତାରିଖରୁ ସାମୁହିକ ଛୁଟି

ଢେଙ୍କାନାଳ ( ଉଲ୍ଲାପ୍ର )ଢେଙ୍କାନାଳ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ, ଢେଙ୍କାନାଳ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ୨୧.୦୫, ୨୦୨୩ ତାରିଖ ସୁଦ୍ଧା ସରକାର ମିଳିତ ଅମଲା ମଞ୍ଚର ଦାବି ପୂରଣ କରି ନ ଥିବାରୁ ଆଜି ତା ୨୨.୦୫.୨୦୨୩ ରଖ ଠାରୁ ରାଜ୍ୟର ତଥା ଢେଙ୍କାନାଳ ଜିଲ୍ଲାର ସମସ୍ତ ବିଭାଗ ଓ ଅଫିସ ର ସମସ୍ତ ଅମଲାମାନେ କଳାବ୍ୟାକ ପରିଧାନ ପୂର୍ବକ ନିଜର ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ଜିଲ୍ଲା ସ୍ତରୀୟ ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ ହୋଇଥିବା ବେଳେ ଅମଲାମାନଙ୍କୁ ମାଟ୍ରିକ ହାରରେ ଦରମା ଦିଆଯାଉଥିବା ବେଳେ ଏହା ଅମଲା ମାନଙ୍କର ସମ୍ମାନର ପ୍ରଶ୍ନ ହୋଇଛି । ଏହି ସରକାରଙ୍କ ସମୟରେ କେତକ ବିଭିନ୍ନ ବର୍ଗର କର୍ମଚାରୀମାନଙ୍କର ଦରମା ବୃଦ୍ଧି ଫଳରେ ଅମଲାମାନଙ୍କ ଦରମାରେ ଗୁରୁତର ଅସଙ୍ଗତି ସୃଷ୍ଟି ହୋଇଛି । ସରକାରଙ୍କୁ ଗତ ୨୦୧୭ ମସିହାଠାରୁ ବାରମ୍ବାର ଦ୍ରୁଷ୍ଟି ଆକର୍ଷଣ ପୂର୍ବକ ଏହି ମାଟ୍ରିକ ଦରମା ନେଇ ଜନସାଧାରଣଙ୍କୁ ସେବା ଯୋଗାଲ ଦେଇ ଅସୁଆନ୍ତୁ ଓ ସରକାରଙ୍କୁ ଅମଲାମାନଙ୍କର ମୂଳ ଦରମା ଶିକ୍ଷାଗତ ଆଧାରରେ Lavel-9 / ଗ୍ରେଡ ପେ 4200/- କରିବାପାଇଁ ଯଥାର୍ଥ ଦାବି ବିଷୟରେ ଅବଗତ କରାଯାଇଛି ଓ ସରକାରଙ୍କର ଏହା ସକାରାତ୍ମକ ବିଚାରଧିନଥିବା କହୁଥିବା ବେଳେ ଅଦ୍ୟାବଧୂ ବିଜ୍ଞପ୍ତି ଜାରି କରିବାରେ ଅହେତୁକ ବିଳମ୍ବ କରୁଥିବା କାରଣରୁ ରାଜ୍ୟ ମିଳିତ ମଞ୍ଚ ପକ୍ଷରୁ ସରକାରଙ୍କୁ ମାଈ ମାସ ୧ ତାରିଖରେ ଚରମ ପତ୍ର ପ୍ରଦାନ କରିବାକୁ ବାଧ୍ୟ ହୋଇଥିଲା । ଜନସାଧାରଣଙ୍କ ସେବାରେ ବ୍ୟାଘାତ ସୃଷ୍ଟି ନ କରିବା ପାଇଁ ମିଳିତ ଅମଲା ମଧ୍ୟ ଏହି ଚରମ ପତ୍ର ମାଧ୍ୟମରେ ମଧ୍ୟ ସରକାରଙ୍କୁ ଦୀର୍ଘ ୨୧ ଦିନ ସମୟ ଦିଆଯାଇଥିଲା , ବର୍ତ୍ତମାନ ସରକାର ଏହି ୨୧ ଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କାଲେ ନାହିଁ, ତେଣୁ ଅମଲାମାନେ ବାଧ୍ୟ ହୋଇ ଆଜି ୨୨.୦୫.୨୦ ୨୩ ତାରିଖ ଠାରୁ କଳାବ୍ୟାଜ ପରିଧାନ ପୂର୍ବକ ପ୍ରତିବାଦ ସହିତ ନିଜ ଅଫିସରେ ଜନସାଧାରଣଙ୍କୁ ସେବା ଯୋଗାଇଦେଉଛନ୍ତି ଏବଂ ଏହା ୩୧.୦୫.୨୦୨୩ ତାରିଖ ପର୍ଯ୍ୟନ୍ତ ଜାରି ରଖିବେ | ତଥାପି ଯଦି ଏହି ଜଣ ମଙ୍ଗଳକାରୀ ଗଣତାନ୍ତ୍ରିକ ସରକାର ୩୧.୦୫.୨୦୨୩ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ନ କରନ୍ତି, ଆସନ୍ତା ଜୁନ ମାସ ୧ ତାରିଖରୁ ଢେଙ୍କାନାଳ ଜିଲ୍ଲା ସମେତ ୩୦ ଗୋଟି ଜିଲ୍ଲାର ଅମଲାମାନେ ବାଧ୍ୟ ହୋଇ ସାମୁହିକ ଛୁଟିରେ ଯିବାପାଇଁ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ତରଫରୁ ନିଷ୍ପତି ନିଆଯାଇଅଛି । ଫଳରେ ରାଜ୍ୟର ସମସ୍ତ ବିଭାଗର ସମସ୍ତ ଅମଲାମାନେ ଅଫିସରେ ଅନୁପସ୍ଥିତ ରହିବେ ଓ ଜନସାଧାରଣଙ୍କ ସେବା କାର୍ଯ୍ୟରେ ଯେଉଁ ବ୍ୟାହତ ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ରାଜ୍ୟ ମିଳିତ ଅମଲା ମଞ୍ଚ ପକ୍ଷରୁ କୁହାଯାଇଛି । ମିଳିତ ଅମଲା ମଞ୍ଚର ଏକମାତ୍ର ଦାବି କନିଷ୍ଠ ସହାୟକମାନଙ୍କର ପ୍ରବେଶିକା ଯୋଗ୍ୟତା ହାରାରେ ମୂଳ ଦରମା Level-9 ବ ଗ୍ରେଡ ପେ 4200/- ଯାହା କି ଅମଲା ମାନଙ୍କର ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ସରକାରଙ୍କ ଠାରେ ଆଉଥରେ ଦାବି ଉପସ୍ଥାପନା କରୁଅଛୁ ।

Leave a comment

Your email address will not be published. Required fields are marked *