#Breaking News #District

ସମସ୍ୟା ସମାଧାନ ପାଇଁ ଜିଲାପାଳ ଙ୍କୁ ଦାବୀ ପତ୍ର


ଫୁଲବାଣୀ( ଉଲ୍ଲାପ୍ର )
କନ୍ଧମାଳ ଜିଲ୍ଲା ର ଦୁର୍ଗମ ତଥା ମାଓ ଇଲାକା କୋଟଗଡ଼ ବ୍ଲକ ଅନ୍ତର୍ଗତ ପକାରୀ ପଂଚାୟତ ରେ ଲାଗି ରହିଥବା ସମସ୍ୟା ସମାଧାନ ଦାବିରେ
ଜାଗ୍ରତ କନ୍ଧମାଳ, ଓଡିଶା ପକ୍ଷରୁ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ
ଦାବୀ ପତ୍ରପ୍ରଦାନ କରାଯାଇଛି l
ଜାଗ୍ରତ କନ୍ଧମାଳ ର ସାଧାରଣ ସମ୍ପାଦକ, ସମାଜସେବୀ,ସଂଗଠକ ଓ ଆଇନଜୀବୀ ସତ୍ୟ ନାରାୟଣ ବେହେରା ଙ୍କ ନେତୃତ୍ୱରେ ଏହି ଦାବୀ ପତ୍ର ପ୍ରଦାନକରାଯାଇଥିଲା l
ଦାବୀ ଗୁଡିକ ମଧ୍ୟରେ ପକାରୀରେ ଏକ ଜିଓ ନେଟ ଵର୍କପ୍ରତିଷ୍ଠା, ଅଙ୍ଗନବାଡି କର୍ମୀଙ୍କ ବାସଗୃହ ନିର୍ମାଣ କରିବା, ଭୂମିହୀନ ଙ୍କୁ ପ୍ରଦାନ କରାଯାଇଥିବା ଜମି ଚିହ୍ନଟ କରିବା,
ମଶାଣି ଜମି ପ୍ରଦାନ, ପକାରୀ ରୁ ଯାକେଶ ଗ୍ରାମ ଯାଏ ନିର୍ମାଣ କରାଯାଉଥିବା ରାସ୍ତା କାମ ଶୀଘ୍ର ସାରିବା, ସେହିପରି ପକାରୀରୁ ରାଣୀପlଙ୍ଗା ଯାଏ ନୂତନରାସ୍ତା ନିର୍ମାଣ କରିବା ଆଦି ଅନ୍ତର୍ଭୁକ୍ତ l
ଜିଲ୍ଲା ସମେତ ନିକଟବର୍ତୀ ଜିଲ୍ଲା ବୌଧ, ନୟାଗଡ଼ ଆଦି ଜିଲାର ସମସ୍ୟା ସମାଧାନ ପାଇଁ ଜାଗ୍ରତ କନ୍ଧମାଳ ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ବେହେରା ସର୍ବଦା ଉଦ୍ୟମ ଜାରି ରଖିବା ଦ୍ଵାରା ଅଂଚଳ ର ସମସ୍ୟା କେତେକାଂଶ ରେ ସମଧାନହୋଇପାରୁଥିବା ଅଞ୍ଚଳ ବାସୀ କହିବା ସଂଗେ ସାଧୁ ବାଦ ଜଣାଇଛନ୍ତି l

Leave a comment

Your email address will not be published. Required fields are marked *