#Breaking News #District

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ ୨୮୫ କେଜି ଗଞ୍ଜେଇ ଜବତ,ଦୁଇ ଆନ୍ତଃ ରାଜ୍ୟ ମାଫିଆ ଗିରଫ: ବାଲିଗୁଡା

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ ସହ ୨୮୫ କେଜି ବେଆଇନ୍ ଗଞ୍ଜେଇ ଜବତ କରିଛି ପୋଲିସ୍ । ଘଟଣାରେ ଦୁଇଜଣ ଆନ୍ତଃ ରାଜ୍ୟ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡ଼ା ପୋଲିସ୍ । ସୂଚନା ପ୍ରକାରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ସମୟରେ ବାଲିଗୁଡ଼ା ଥାନା ପୋଖରୀବନ୍ଧ ଗାଁ ନିକଟରୁ ଗଞ୍ଜେଇ ବୋଝେଇ ଏକ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଏକ ମୋଟର ସାଇକେଲକୁ ଜବତ କରାଯାଇଥିବା ଜଣାପଡ଼ିଛି । ଦୁଇଜଣ ଆନ୍ତଃ ରାଜ୍ୟ ମାଫିଆ ଭୋପାଳ ଅଞ୍ଚଳର ସତ୍ୟମ୍ ଲୋଧ ଓ ସୋନି କିରାର୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଘଟଣାରେ ବାଲିଗୁଡ଼ା ଥାନା କେସ୍ ନଂ -୧୪୭/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖୁଛି ବାଲିଗୁଡା ପୋଲିସ l

Leave a comment

Your email address will not be published. Required fields are marked *