ବିଭିନ୍ନ ସମସ୍ୟା ପ୍ରତିବାଦ ରେ ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଅଙ୍ଗନବାଡି କର୍ମୀ: ପ୍ରତିଶୃତି ପରେ ଧାରଣା ଭଙ୍ଗ କଲେ

Udaya_Labanya | June 13, 2023 | 11 views |0 | Breaking News , District


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକ ସ୍ଥିତ ସମନ୍ୟୁତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ (ଆଇସିଡିଏସ) ରେ ହେଉଥ‌ିବା ବିଭିନ୍ନ ସମସ୍ୟା ଏବଂ ଶିଶୁ ବିକାଶ ଅଧିକାରିଣୀଙ୍କ ଅବହେଳାରେ ଅତିଷ୍ଟ ହୋଇ ସମ୍ମନିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । କୁର୍ତମଗଡ଼ ପଞ୍ଚାୟତ ପଡିକିଆ କଲୋନୀ ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି କର୍ମୀଙ୍କ ଦରମା ଦୀର୍ଘ ୮ ମାସ ଧରି ଦରମା ମିଳିନଥ‌ିବା ପ୍ରତିବାଦରେ ଶତାଧ‌ିକ ଅଙ୍ଗନବାଡି କର୍ମୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଶିଶୁ ମାନଙ୍କ ଖାଦ୍ୟ ପଇସା, ଚାଉଳ ଦୀର୍ଘ ମାସ ଧରି ଦେଉନଥ‌ିବା ଅଭିଯୋଗ କରିଛନ୍ତି । ସମ୍ମାନିତ ଶିଶୁ ବିକାଶ କାର୍ଯ୍ୟଲୟ ର କିରାଣୀ ଅଙ୍ଗନବାଡି କର୍ମୀଙ୍କୁ କଠୋର ବ୍ୟବହାର ପ୍ରଦର୍ଶନ କରୁଥିବା ହେତୁ କିରାଣୀଙ୍କ ଅନ୍ୟତ୍ର ବଦଳି କରିବାକୁ ଅଙ୍ଗନବାଡି କର୍ମୀମାନେ ଦାବି କରିଥିଲେ । ଗୋଟିଏ ପଟେ ରାଜ୍ୟ ସରକାର ମା କୁ ସମ୍ମାନ ଗାଁ କୁ କାମ ର ନାରା ଦେଉଥ‌ିବାବେଳେ ତୁମୁଡିବନ୍ଧ ବ୍ଲକ ସମ୍ମନିତ ଶିଶୁ ବିକାଶ କାର୍ଯ୍ୟାଳୟ ରେ ମା ମାନଙ୍କ ପ୍ରତି ଅସମ୍ମାନ ହେଉଥ‌ିବା ଅଭିଯୋଗ ହୋଇଛି । ଏସଏନପି ବାବଦରେ ଅଙ୍ଗନବାଡି ପ୍ରତ୍ୟେକ ଶିଶୁ ପିଛାରେ ୮ ଟଙ୍କା ଆସୁଥିବା ବେଳେ ସେତିକି ପଇସାରେ ଶିଶୁ ମାନଙ୍କୁ ଖାଦ୍ୟ ପ୍ରସ୍ତୁତି କରି ପରଷିବା କଷ୍ଟକର ହେଉଛି । ତାହା ବି ୩ ମାସକୁ ଥରେ ଅର୍ଥ ମିଳିବା କଥା କିନ୍ତୁ ଏଥିରେ ମଧ୍ଯ ଅନିୟମିତତା ହେଉଥ‌ିବା ଅଭିଯୋଗ ହୋଇଛି । ଦୀର୍ଘ ୬ ମାସ ହେଲା ପଡ଼ିକିଆ ଓ ଲଙ୍କାଗଡ଼ ପଞ୍ଚାୟତର କେତେକ କେନ୍ଦ୍ର ରେ ଚାଉଳ ପହଞ୍ଚିନାହିଁ ଧାର ଉଧାର କରି ଅଙ୍ଗନବାଡି କର୍ମୀମାନେ କେନ୍ଦ୍ର ପରିଚାଳନା କରୁଥିବା ଧାରଣାରତ କର୍ମୀଗଣ ଅଭିଯୋଗ କରିଛନ୍ତି । କିନ୍ତୁ ଉକ୍ତ ଅର୍ଥ ମଧ୍ଯ ସମ୍ମନିତ ଶିଶୁ ବିକାଶ ଅଧିକାରୀଣି ଦେବାକୁ କୁଣ୍ଠାବୋଧ ହେଉଥିବା ଅଭିଯୋଗ କରିଛନ୍ତି । କିଶୋରୀ ବାଳିକା ମାନଙ୍କ ନିମନ୍ତେ ମାସିକ ୧୬ ଦିନ ଅଣ୍ଡା ଏବଂ ଛତୁଆ ଦେବାକୁ ନିର୍ଦେଶ ଥିବାବେଳେ ସରକାରୀ ନିୟମ ଅନୁଯାଇ ଗୋଟିଏ ଅଣ୍ଡା ର ଦାମ ୫ ଟଙ୍କା ରହୁଛି କିନ୍ତୁ ବଜାର ଦରରେ ଗୋଟିଏ ଅଣ୍ଡା ର ଦାମ ୬ ଟଙ୍କା ରହୁଛି ଯାହାଦ୍ବାରା ଅଙ୍ଗନବାଡି କର୍ମୀ ମାନଙ୍କୁ ଅଙ୍ଗନବାଡି କେନ୍ଦ୍ର ପରିଚାଳନା କରିବା କଷ୍ଟ ସାଧ୍ୟ ହେଉଛି । ଅଙ୍ଗନବାଡି କର୍ମୀ ମାନଙ୍କ ନିମନ୍ତେ ମୋବାଇଲ ରିଚାର୍ଜ ବାବଦକୁ ମାସିକ ୨ ଶହ ୫୦ ଟଙ୍କା ରାଜ୍ୟ ସରକାର ଦେଉଛନ୍ତି କିନ୍ତୁ ସମ୍ମାନିତ ଶିଶୁ ବିକାଶ ଅଧିକାରୀ ଓ କିରାଣୀ ମହାଶୟ ଙ୍କ ମଧୁ ଚନ୍ଦ୍ରିକା ରେ ଉକ୍ତ ଅର୍ଥ ମାନ ବାଟବଣା ହେଇ ଅଙ୍ଗନବାଡି କର୍ମୀ ମାନଙ୍କ ପାଖକୁ ପହଞ୍ଚୁନଥ‌ିବା ଅଭିଯୋଗ । ଆଜି ପର୍ଯ୍ୟନ୍ତ ଏକାଧିକ କେନ୍ଦ୍ରରେ ଗ୍ୟାସ ପହଞ୍ଚି ନାହି ଯେଉଁସବୁ କେନ୍ଦ୍ରରେ ପହଞ୍ଚିଛି, ସେଠାରେ ଅତି ନିମ୍ନ ମାନର ଚୁଲା ସମେତ ଗୋଟିଏ ଖାଲି ଗ୍ୟାସ ଏବଂ ଗୋଟିଏ ପୂର୍ଣ୍ଣ ଗ୍ୟାସ ପହଞ୍ଚିଛି । ଅଙ୍ଗନବାଡି କର୍ମୀ ମାନେ ଗ୍ୟାସ ବାବଦକୁ ୭ ହଜାର ୫ ଶହ ଟଙ୍କା ସରକାର ଅଙ୍ଗନବାଡି କର୍ମୀଙ୍କ ବ୍ୟାଙ୍କ ଖାତାକୁ ଆସିଥିଲେ ମଧ୍ୟ ତାହା ଉଠାଇ ସୁପରଭାଇଜରଙ୍କ ଜରିଆରେ ଆଦାୟ କରି ସମସ୍ତ କର୍ମୀଙ୍କୁ ମାତ୍ର ୪ ହଜାର ଟଙ୍କା ପ୍ରଦାନ କରାଯାଇଛି l ସରକାରୀ ନିୟମ ଅନୁଯାୟୀ ପ୍ରତ୍ୟେକ ଅଙ୍ଗନବାଡି କର୍ମୀ ମାନଙ୍କ ଶାଢ଼ୀ ନିମନ୍ତେ ସରକାର ବର୍ଷକୁ ଦୁଇଥର ୩୯୦ ଟଙ୍କା ଲେଖାଏଁ ଦେଉଥ‌ିବାବେଳେ ଦୀର୍ଘ ୩ ବର୍ଷ ଧରି ତୁମୁଡିବନ୍ଧ ବ୍ଲକରେ କାର୍ଯ୍ୟରତ କର୍ମୀମାନେ ପଇସା ପାଇନାହାନ୍ତି ଏବଂ ଶାଢ଼ୀ ମଧ୍ଯ ପାଇନଥ‌ିବା ଅଭିଯୋଗ କରିଛନ୍ତି । ଖେଳଣା ପ୍ରତି ବର୍ଷକୁ ୨୫ ଶହ ଟଙ୍କା ଆସୁଥ‌ିବାବେଳେ ଉକ୍ତ ଅର୍ଥ ମାନ ସିଧାସଳଖ ଅଙ୍ଗନବାଡି କର୍ମୀମାନଙ୍କ ଖାତାକୁ ଆସୁଛି କିନ୍ତୁ ସମ୍ମାନିତ ଶିଶୁ ବିକାଶ ଅଧିକାରିଣୀ ଉକ୍ତ ଅର୍ଥକୁ ସୁପରଭାଇଜର ମାନଙ୍କ ଜରିଆରେ ସଂଗ୍ରହ କରି ନିଜେ ଖେଳଣା କ୍ରୟ କରି ନିମ୍ନମାନର ଖେଳନା ଯୋଗାଇଥାନ୍ତି । ପ୍ରାଥମିକ ଚିକିତ୍ସା ନିମନ୍ତେ ମାସିକ ୧୫ ଶହ ଟଙ୍କା ଆସିଥିଲେ ମଧ୍ୟ ଉକ୍ତ ଅର୍ଥ ମାନ ଅଙ୍ଗନବାଡି କର୍ମୀମାନଙ୍କୁ ନଦେଇ ହଡ଼ପ କରୁଥିବା ଅଭିଯୋଗ ହୋଇଛି I ଶିଶୁ ମାନଙ୍କ ଖାଦ୍ୟ ପଇସା, ଅଣ୍ଡା ପଇସା ମାସକୁ ମାସ ଠିକରେ ମିଳୁନଥିବା ହେତୁ ଅଙ୍ଗନବାଡି କର୍ମୀମାନେ ଦୋକାନ ମାନଙ୍କରେ ହଜାର ହଜାର ଟଙ୍କା ବାକି/କରଜ ହୋଇ କେନ୍ଦ୍ର ପରିଚାଳନା କରୁଛନ୍ତି । କିନ୍ତୁ ପଇସା କଥା କହିଲେ ଉଭୟ କିରାଣୀ ଏବଂ ସମ୍ମାନିତ ଶିଶୁ ବିକାଶ ଅଧିକାରିଣୀ ଅଙ୍ଗନବାଡି କର୍ମୀ ମାନଙ୍କୁ ନାଲି ଆଖି ଦେଖାଉଥ‌ିବା ଅଭିଯୋଗ ହେଉଛି । ବିଭିନ୍ନ କ୍ଷେତ୍ରରେ ଦରମା ହେଉ କିମ୍ବା ଅନ୍ୟାନ୍ୟ ଅର୍ଥ ହେଉ ଛାଡ଼ିଦେବାକୁ ଉଭୟ କିରାଣୀ ଏବଂ ସମ୍ପନିତ ଶିଶୁ ବିକାଶ ଅଧିକାରିଣୀ କୁଣ୍ଠାବୋଧ ହେଉଥ‌ିବା ଅଭିଯୋଗ ହୋଇଛି I ଏହି ସବୁରେ ଅତିଷ୍ଟ ହେଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । କିନ୍ତୁ ଏ ସଂକ୍ରାନ୍ତିରେ ଅଧିକାରିଣୀ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନଥ‌ିବା ବେଳେ ଦୀର୍ଘ ସମୟ ପରେ ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପହଞ୍ଚିବା ପରେ ଆପୋଷ ବୁଝାମଣା ପରେ ଆଗାମୀ ସାତ ଦିନ ମଧ୍ୟରେ ସମସ୍ତ ସମସ୍ୟା ସମାଧାନ ସମେତ ବକେୟା ମୁକ୍ତ କରିବାକୁ ସିଡିପିଓ ପ୍ରତିଶୃତି ଦେବାପରେ ଅଙ୍ଗନବାଡି କର୍ମୀମାନେ ଧାରଣା ଭଙ୍ଗ କରିଥିଲେ । ତେବେ ଆଗାମୀ ସାତ ଦିନ ମଧ୍ୟରେ ଯଦି କୌଣସି ଆଖୁ ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ନହେବ ତେବେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଅଙ୍ଗନବାଡି କର୍ମୀମାନେ ଚେତାବନୀ ଦେଇଛନ୍ତି ।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories