ଫୁଲବାଣୀ ଅବକାରୀ ବିଭାଗ ଦ୍ଵାରା ଚାରି କ୍ଵିଣ୍ଟାଲ ଗଞ୍ଜେଇଜବତ
Udaya_Labanya | June 28, 2023 | 22 views |0 | Breaking News , District
ଫୁଲବାଣୀ (ସୁନୀଲ ପଟନାୟକ )
:କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା l ଫିରିଙ୍ଗିଆ ଥାନା ଅନ୍ତର୍ଗତ କୁଟୁଣି ପଦର ଗ୍ରାମ ନିକଟଜଙ୍ଗଲ ରୁ ଅବକାରୀ ବିଭାଗ ଚାରି କୁଇଣ୍ଟାଲ ଗଂଜେଇ ଜବତ କରିଛି l
ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ ଙ୍କ ନେତୃତ୍ଵରେ ୧୨ ଜଣିଆ ଟିମ ଫିରିଙ୍ଗିଆ ଥାନା ଅନ୍ତର୍ଗତ କୁଟୁଣି ପଦର ଗ୍ରାମ ନିକଟ ଜଙ୍ଗଲରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ରଖାଯାଇଥିବା ଚାରି କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛି, ତେବେ ଏ ଘଟଣା ରେ କୌଣସି ଅଭିଯୁକ୍ତ ଧରାପଡ଼ି ନାହାନ୍ତି l
ଏ ସଂକ୍ରାନ୍ତରେ ଜଡିତ ଥିବା ଗଞ୍ଜେଇ ମାଫିଆଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ସାମଲ ସୂଚନା ଦେଇଛନ୍ତି l
ଅବକାରୀ ଅଧିକ୍ଷକ ସାମଲ ଙ୍କ ନିଷ୍ଠା ପର ଉଦ୍ୟମ, ଆନ୍ତରିକତା, କାର୍ଯ୍ୟ ଦକ୍ଷତା, ସଚୋଟତା ଯୋଗୁଁ କନ୍ଧମାଳ ଜିଲାରେ ଅନେକାଂଶ ରେ ଚୋରା ଗଂଜେଇ ଚାଲାଣ ରୋକାଯାଇପାରିଛିl
ଏହା ବ୍ୟତୀତ ଗଂଜେଇ ମାଫିଆ ମାନଙ୍କୁ ସା ବା ଡ଼ କରିବାରେ ଓ ଗଂଜେଇ ଚାଷ ନଷ୍ଟ କରିବାରେ ସେ ସଫଳ ହୋଇଛନ୍ତି l ଆଗକୁ ଗଂଜେଇ ଚୋରା ଚାଲାଣ କୁ ସମ୍ପୂର୍ଣ ରୋକାଯିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅବକାରୀ ଅଧିକ୍ଷକ ସାମଲ କହିଛନ୍ତି l