ଆଜିର ରାଶିଫଳ*🌷💐🌹🌹💐🌷🙏🙏🙏🙏🙏🙏🙏🙏🙏🙏🙏*ଅଦ୍ୟ ଜୁଲାଇ ୨୯ ତାରିଖ ୨୦୨୦ମସିହା(ବୁଧବାର)*ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-ଶୁକ୍ଳପକ୍ଷତିଥି -ଦଶମୀ ରାତ୍ରି ଘ ୦୧/୪୮ ପର୍ଯ୍ୟନ୍ତ ତଦନ୍ତେ ଏକଦଶି ନକ୍ଷତ୍ର- ବିଶାଖା ଦିବା ଘ୦୯/୪୧ ପର୍ଯ୍ୟନ୍ତ ତଦନ୍ତେ ଅନୁରାଧାଚନ୍ଦ୍ର- ବିଛାଯୋଗ- ଶୁକ୍ଳକରଣ-ତୈତିଳସୂର୍ଯ୍ୟ -କର୍କଟ ୧୪ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୫/୫୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୦୬ ଯୋଗିନୀ ଉତ୍ତରେ ଓ ରାତ୍ରୀ ଘ୦୧/୪୭ ଗତେ ଅଗ୍ନିକୋଣେ କର୍କଟ ରାଶି ର ଘାତବାର ଅଦ୍ୟ ଦଶମୀ ର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ କାଳବେଳା – ଦିବା […]

*👉କୋରାପୁଟ ଜିଲ୍ଲା ନନ୍ଦପୁରରେ ୮.୫ କୁଇଣ୍ଟାଲ ଗଞ୍ଜେଇ ଜବତ । ପାଣି ଟ୍ୟାଙ୍କରରେ ଚୋରା ଚାଲାଣ ବେଳେ ଉତ୍ତର ପ୍ରଦେଶର ୫ ଯୁବକ ଗିରଫ କଲା କ୍ରାଇମବ୍ରାଞ୍ଚ STF । ପାଣି ଟ୍ୟାଙ୍କର ଓ ଟ୍ରାକ୍ଟର ମଧ୍ୟ ଜବତ ।ଗିରଫ ଅଭିଯୁକ୍ତ ହେଲେ ଧର୍ମଜିତ ଶର୍ମା, କହ୍ନେୟା ସିଂ, ରଜନୀଶ ଶର୍ମା, ମଧୁସୂଦନ ଗୋଲାରି ଓ ଉଗ୍ର ପୂଜାରୀ*

*👉କଳାହାଣ୍ଡି ଭବାନୀପାଟଣା ଥାନା ମେଦିନୀପୁର ଗାଁରେ ଅଭାବନୀୟ ଘଟଣା । ବିଦ୍ୟୁତ୍‌ ଆଘାତରେ ଚାଷ ଜମିରେ ଟଳିପଡ଼ିଲେ ଚାଷୀ ଓ ବଳଦ । ଜମିରେ ହଳ କରିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ ଚାଷୀ । ମୃତ ଚାଷୀ ମେଦିନୀପୁର ଗାଁର କୈଳାସ ଚନ୍ଦ୍ର ସାହୁ #

*👉ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ ନୂଆ ଅନ୍ତେବାସୀଙ୍କୁ ବାରଣ, ଅନ୍ତେବାସୀଙ୍କ କରୋନା ଟେଷ୍ଟ ହୋଇନଥିଲେ ପ୍ରବେଶ ଅନୁମତି ମିଳିବନି, ପ୍ରଥମେ କରୋନା ଟେଷ୍ଟ ହେବ, ନେଗେଟିଭ ଆସିଲେ ହିଁ ଅନୁମତି ମିଳିବ ସବୁ ଜିଲ୍ଲାପାଳଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଚିଠି*

*👉ଗଜପତି ଜିଲ୍ଲାରେ ସପ୍ତାହକୁ ୪ ଦିନ ଶଟ୍‌ଡାଉନ୍ ଓ ୩ ଦିନ ଲକ୍‌ଡାଉନ୍ ରହିବ: ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ଶଟଡାଉନ୍ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ, ସୋମବାରଠୁ ବୁଧବାର ପର୍ଯ୍ୟନ୍ତ ଲକ୍‌ଡାଉନ କଟକଣା ଯଥାପୂର୍ବ ରହିବ*

କ୍ରେନ ମାଡ଼ିଗଲା ମହିଳାଙ୍କ ଉପରେ,ମହିଳା ମୃତ,ଘରେ ପସିଗଲା କ୍ରେନ

ଆଠଗଡ(ଉଲାପ୍ର)ଆଜି ସକାଳୁ ଆଠଗଡ ସହର ହାଉସିଂ ବୋର୍ଡ ଛକର ବୁଲାଣି ଉପରେ ରାସ୍ତା ପାରି ହେଉଥିବା ଜଣେ ମହିଳାଙ୍କ ଉପରେ କ୍ରେନ ଚଢିଯିବାରୁ ଘଟଣା ସ୍ଥଳରେ ମହିଳାଙ୍କର ମୃତୁ ଘଟିଛି,ମୃତ ମହିଳା ହେଲେ ରାଧାଗୋବିନ୍ଦପୁର ଗ୍ରାମର ସୁଷମା ସାହୁ,ସେ ଆଜି ଭୋରରୁ ରାସ୍ତା ପାରି ହୋଇ ଫୁଲ ତୋଳିବାକୁ ଯାଉଥିବା ସମୟରେ ରାସ୍ତାରେ ଏପଟ ସେପଟ ହେବା ଯୋଗୁ କ୍ରେନ ଟି ତାଙ୍କ ଉପରେ ଚଢ଼ି ଯାଇ ବିଜେପି ନେତ୍ରୀ ସଂଯୁକ୍ତା ତ୍ରିପାଠୀଙ୍କ ଘର ଭିତରକୁ ପଶିଯାଇ […]

ଆଜିର ରାଶିଫଳ*🌷💐🌹💐🌷~~~~~*ଅଦ୍ୟ ଜୁଲାଇ ୨୮ ତାରିଖ ୨୦୨୦ମସିହା(ମଙ୍ଗଳବାର)*ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-ଶୁକ୍ଳପକ୍ଷତିଥି -ନବମୀ ରାତ୍ରି ଘ ୦୩/୨୯ ପର୍ଯ୍ୟନ୍ତ ତଦନ୍ତେ ଦଶମୀ ନକ୍ଷତ୍ର- ସ୍ଵାତୀ ଦିବା ଘ୧୦/୪୭ ପର୍ଯ୍ୟନ୍ତ ତଦନ୍ତେ ବିଶାଖା ଚନ୍ଦ୍ର- ତୁଳା ରାତ୍ରି ଘ ୦୩/୫୬ ପର୍ଯ୍ୟନ୍ତ ତଦନ୍ତେ ବିଛାଯୋଗ-ଶୁଭକରଣ-ବାଳବସୂର୍ଯ୍ୟ -କର୍କଟ ୧୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୫/୩୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୨୬ ଯୋଗିନୀ ପୂର୍ବେ ଓ ରାତ୍ରୀ ଘ୦୩/୨୫ ଗତେ ଉତ୍ତରେ ମକର ରାଶି ର ଘାତବାର ଅଦ୍ୟ ନବମୀ ର ଏକୋଦିଷ୍ଠ […]

*👉କୋରାପୁଟ ଜିଲ୍ଲାର ୪ ପୌରାଞ୍ଚଳ ଓ ୩ ପଞ୍ଚାୟତରେ ଜୁଲାଇ ୩୧ ଯାଏ ଲକ୍‌ଡାଉନ ବଢ଼ାଇଲା ଜିଲ୍ଲା ପ୍ରଶାସନ, କୋରାପୁଟ, ସୁନାବେଡ଼ା, ଜୟପୁର ଓ କୋଟପାଡ଼ ପୌରାଞ୍ଚଳରେ ବଢ଼ିଲା, ଲକ୍ଷ୍ମୀପୁର, ଚାରାଙ୍ଗୁଲ ଓ ମାଥାଲପୁଟରେ ବି ବଢ଼ିଲା ଲକ୍‌ଡାଉନ ଅବଧି, ପୂର୍ବରୁ ଏସବୁ ଅଞ୍ଚଳକୁ ଆଜି ଯାଏ ଲକ୍‌ ଡାଉନ ଘୋଷଣା କରାଯାଇଥିଲା*

*👉୨୪ ଘଣ୍ଟାରେ କଟକ ସହରରେ ଆଉ ୬୫ କୋରୋନା ପଜିଟିଭ୍‌ ଚିହ୍ନଟ, କଟକ ଜିଲ୍ଲାରୁ ୧୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପାଳଙ୍କ ସୂଚନା,ନିଶ୍ଚିନ୍ତକୋଇଲିରୁ ୨୪, ବାଙ୍କୀରୁ ୧୪, ଡମପଡ଼ାରୁ ୧୨, ବାରଙ୍ଗରୁ ୨ , ତିଗିରିଆରୁ ୫,ମାହାଙ୍ଗାରୁ ୩, ସଦର ବ୍ଲକ୍‌ରୁ ୨, ନରସିଂହପୁର, ନିଆଳି ଓ ଟାଙ୍ଗୀରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ*

*👉IAS ସ୍ତରରେ ଅଦଳବଦଳ* ଆର.କେ. ଶର୍ମା ହେଲେ କୃଷି ଉତ୍ପାଦନ କମିସନର ଅନୁ ଗର୍ଗଙ୍କୁ ମିଳିଲା ଜଳ ସମ୍ପଦ ବିଭାଗ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ବ ଖଣି ଓ ଇସ୍ପାତ ସଚିବ ହେଲେ ସୁରେନ୍ଦ୍ର କୁମାର ଓ CDA ଚେୟାରମ୍ୟାନ ଭାବେ ଅତିରିକ୍ତ ଦାୟିତ୍ବ ଚିତ୍ରା ଅରୁମୁଗମ୍‌ ହେଲେ ଶ୍ରମ ବିଭାଗର ସଚିବ MSME ବିଭାଗର ସଚିବ ଭାବେ ଦାୟିତ୍ବ ତୁଲାଇବେ ସତ୍ୟବ୍ରତ ସାହୁ । ଏହା ସହ ସତ୍ୟବ୍ରତଙ୍କୁ ମିଳିଲା ସ୍କୁଲ ଓ ଗଣ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ