ଓଡିଆ ହାସ୍ୟକବି ସମ୍ମିଳନୀ ପକ୍ଷରୁ ବ୍ୟଙ୍ଗକାର ଡମ୍ବରୁ ବାବାଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ବର/ କେବଳ ବ୍ୟଙ୍ଗ ନୁହେଁ ଓଡିଆ ସାହିତ୍ୟର ବିଭିନ୍ନ ବିଭାଗରେ ସଫଳ ଲେଖନୀ ଚାଳନା ସହିତ ସାହିତ୍ୟ ସଂଗଠନ ଏବଂ ସାବିତ୍ରୀ ପାଠାଗାର ଓ ସଂଗ୍ରହାଳୟ ସ୍ଥାପନ ଜରିଆରେ ଉପାନ୍ତ ଜିଲ୍ଲାମାନଙ୍କରେ ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଦିବଂଗତ ବିଶିଷ୍ଟ ସାହିତ୍ୟିକ ତଥା ବ୍ୟଙ୍ଗକାର ଡମ୍ବରୁଧର ପଟ୍ଟନାୟକ(ଡମ୍ବରୁବାବା) ସମର୍ପିତ ଥିଲେ ବୋଲି ଆଜି ଆୟୋଜିତ ଭର୍ଚୁଆଲ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ଓଡିଆ ହାସ୍ୟକବି ସମ୍ମିଳନୀର ସଂଯୋଜକ ଡଃ କୁଳାଙ୍ଗାରଙ୍କ ଆବାହକତ୍ବରେ […]