#Breaking News

ଲୋକ କଳା ଗ୍ରାମ କୁମ୍ଭାରୀରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ


ବରଗଡ଼ /(ସତ୍ୟ ନାରାୟଣ ପ୍ରଧାନ)
ଲୋକ କଳା ଗ୍ରାମ କୁମ୍ଭାରୀରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ/ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇ ଆମ ଓଡ଼ିଶାର ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବାକୁ ସରକାରୀ ସ୍ତରିୟ ଉଦ୍ୟମ କୁ ପ୍ରଶଂସା କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରପାଲି ପଞ୍ଚାୟତ ସମିତି ର ଅଧ୍ୟକ୍ଷ କିଶୋର ଦଫାଦାର,

ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରଜନୀ କରତି, ସମିତି ସଭ୍ୟା ଶ୍ରୀମତୀ ଲୟା ପ୍ରଧାନ ମଞ୍ଚାସୀନ ଥିଲେ। ସଭା କୁ ଜିଲ୍ଲା ସଂସ୍କୃତି ଅଧିକାରୀ କଲ୍ୟାଣୀ ଦାଶ ପରିଚାଳନା କରିଥିଲେ। ଜିଲ୍ଲା କଳା ସଂସ୍କୃତି ସଂଘ ର ଉପ ସଭାପତି ଅମୃତ ବାରିକ,କେତନ ସାହୁ ସଭା କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ କୁମ୍ଭାରୀ ଗ୍ରାମ ର ମହିଳା ମାନଙ୍କ ମଧ୍ୟରେ ଝୋଟି,ଚିତା, ହୁଳହୁଳି,ଗୃହ ସଫେଇ, ଲକ୍ଷ୍ମୀ ପୁରାଣ/ଭାଗବତ ପଠନ, ପିଠା ପଣା, ଓଡ଼ିଆଣୀ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାର କୃତି ପ୍ରତିଯୋଗୀଙ୍କୁ ଉତ୍ସବରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶେଷରେ ଶବ୍ଦ ନୃତ୍ୟ, ଦଣ୍ଡ ନୃତ୍ୟ ଏବଂ ସଂକିର୍ତ୍ତନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Leave a comment

Your email address will not be published. Required fields are marked *