#Breaking News #Uncategorized

କରୋନାରୁ ସୁସ୍ଥ ହୋଇଘରକୁ ଫେରିଲେ ୮୩ ବର୍ଷୀୟ ବ୍ୟକ୍ତି । ଜିଲ୍ଲାପାଳ ଜଣାଇଲେ ଶୁଭେଚ୍ଛା


ଫୁଲ ବାଣୀ- (ସୁନୀଲ ପଟନାୟକ) କରେ । ନାର ଦ୍ଵିତିୟ ଲହର ବେଶ ପ୍ରଭାବଶାଳୀ ଓ ଆତଙ୍କ ଖେଳାଇ ଥିବା ବେଳେ ଦୃଢ ମନୋବଳ ସଙ୍ଗକୁ ସକ।ରାତ୍ମକ ଭାବନା ଦ୍ଵାରା କରେ । ନ।କୁ ହରାଇ ବାରେ ସଫଳ ହୋଇଛନ୍ତି ବାଲିଗୁଡା ଅଞ୍ଚଳର ୮୩ ବର୍ଷୀୟ ବୟସ୍କ ବ୍ୟକ୍ତି ଶ୍ୟାମଘନପଣ୍ଡା। ସେ ସୁସ୍ଥ ହୋଇଶନିବାର ସଂଧ।ରେ ଘରକୁ ଫେରିଛନ୍ତି। ଫଳରେ ଜିଲ୍ଲାପାଳ ଡା।ବୃନ୍ଦାଡିଙ୍କ ସମେତ ଚିକିତ୍ସା କରୁଥିବା ଡାକ୍ତର ସ୍ୱାସ୍ଥ୍ୟକର୍ମୀ, ଓ ସେଇ ସେବୀମାନେ ଖୁସି ବ୍ୟକ୍ତ କରିଛନ୍ତି ।
ଶ୍ରୀପଣ୍ଡାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଫଳରେ ସେ ଗତ ୮ ତାରିଖ ଦିନ ନିଜର କୋଭିଡ଼ ପରୀକ୍ଷା କରିଥିଲେ।ସେଠାରେ ତାଙ୍କ ର ପଜିଟିଭ ରିପାର୍ଟ ଆସିବାପରେ ବାଲିଗୁଡ଼ାର ବଡଗାଁକୋଭିଡ଼ କେୟାର ସେଣ୍ଟେରରେ ରଖାଯାଇ ଚିକିତ୍ସା କରାଯାଇ ଥିଲା।
ତେବେ ସେଠାରେ ଥିବା ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ନିଷ୍ଠା,ଆନ୍ତରୀକତା,ନିୟମିତ ସେବା ଓ ଯତ୍‌ନ ଫଳରେ ସେ ସୁସ୍ଥ ହୋଇପାରିଥିବା କହିଛନ୍ତି ଶ୍ୟାମଘନପଣ୍ଡା।
କୋଭିଡ଼ କେଆର ସେଣ୍ଟରର କର୍ମଚାରୀ ଡାକ୍ତର ବିଡିଓ ଜଗଦୀଶସଡଙ୍ଗୀ ପ୍ରମୁଖ ଫୁଲ ତୋଡା ଦେଇ ଶ୍ରୀ ପଣ୍ଡାଙ୍କର ସୁସ୍ଥ ଓ ଦୀର୍ଘଜୀବନ କାମନା କରିଥିଲେ।ବୟସ୍କ ବ୍ୟକ୍ତି ଶ୍ରୀପଣ୍ଡାଙ୍କ ସୁସ୍ଥତା କରୋନା ବିରୁଦ୍ଧରେ ଲଢେଇ କରୁଥିବାସମସ୍ତଙ୍କ ମନୋବଳ ବୃଦ୍ଧିରେ ସହାୟକ ହେବ ନିଶ୍ଚୟ।

Leave a comment

Your email address will not be published. Required fields are marked *