#Breaking News

ସ୍ୱରୂପ ନାଗର ସ୍ତିତ ଘର ଛାତ ଉପରେ ଶୀତ ଋତୁ ରେ ଦେଖିବାକୁ ମିଳିଛି “ବାଇଗନି ରଙ୍ଗ ର ଫୁଲ କୋବି” ପ୍ରକୃତିର ପୂଜାରୀ ‘ଧରଣୀ’ଙ୍କ ନିଆରା ପ୍ରୟାସ

ବାରିପଦା(ଉଲାପ୍ର)ଛାତ ଉପରେ ଫୁଲଫଳ ଓ ସବୁଜ ପନିପରିବାରେ ଭର୍ତ୍ତି ସୁନ୍ଦର ବଗିଚା । ବଗିଚାର ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ଉଡ଼ି ଆସୁଛନ୍ତି କେତେପ୍ରକାର ପକ୍ଷୀ । ପକ୍ଷୀଙ୍କ କିଚିରି ମିଚିରି କାକଳିରେ ପରିବେଶ ଉଛୁଳି ପଡୁଛି । ପ୍ରଜାପତି ଓ ମହୁମାଛିଙ୍କ ଉପସ୍ଥିତି ଛାତ ଉପରେ ଭିନ୍ନ ଏକ ପରିବେଶ ସୃଷ୍ଟି କରୁଛି । ସ୍ଥାନୀୟ ଅମିକା ମନ୍ଦିର ପଛପଟେ ଥିବା ସ୍ବରୁପନଗରରେ ଧରଣୀ କୁମାର ଦେ ତାଙ୍କ ଘର ଛାତ ଉପରେ ସୃଷ୍ଟି କରିପାରିଛନ୍ତି ଏକ ସୁନ୍ଦର ସବୁଜ ବଳୟ । ଛାତ ଉପରେ ଭଳିକି ଭଳି କୁଣ୍ଡରେ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ଫୁଲ ସହିତ ଫଳ ଗଛ ପୁଣି ଛନଛନିଆ ପନିପରିବାର ସମ୍ଭାରକୁ ଦେଖି ଯେକେହି ଆଶ୍ଚର୍ଯ୍ୟ ହେବ । କାରଣ ଛାତ ଉପରେ ପ୍ରକୃତିକୁ ସଜାଡିବାରେ ଏଭଳି ପ୍ରୟାସ ନିଆରା


ଧରଣୀଙ୍କ ଛାତି ଉପରେ ସପେଟା ଗଛରେ ଝାଙ୍କିପଡିଛି ସପେଟା , ଆମ୍ବ ଗଛରେ ଧରିଛି ପେନ୍ଥା ପେନ୍ଥା ବଉଳ । ଲେମ୍ବୁ ଗଛରେ ଲେମ୍ବୁ ଜାମୁରୋଳ , ବାରମାସୀ ଗୟାକୁଳି , ପିଜୁଳି , ଡାଳିମ୍ବ ଫଳ ସବୁ ଭରପୁର ଥୁବଳେ ସପୁରୀ , କଦଳୀ , ନଡ଼ିଆ ଗଛ ମଧ୍ୟ ରହିଛି । ବିଭିନ୍ନ ପ୍ରକାର ଫୁଲ ମଧ୍ୟରେ ଗୋଲାପ ସାଙ୍ଗକୁ ଗେଣ୍ଡୁ , ଡାଲିଆ , ଜିନିଆ , ସେବତୀ , ସାଇକାସ୍, ରଜନୀଗନ୍ଧା , ଟଗର , ଗନ୍ଧରାଜ , ଯୁଇ , ହେନା ଏବଂ ବିଭିନ୍ନ ସିଜିନାଲ ଫୁଲ ସହିତ ନାନାକିସମର ସୋ ଗଛ (କୁଟନ ପ୍ରାଣ୍ଟ ) ଓ ବିଭିନ୍ନପ୍ରକାର ଔଷଧୀୟ ଗୁଳ୍ପଲତା ମଧ୍ୟରେ ସତାବରୀ , ତୁଳସୀ , ଘି କୁଆଁରୀ , ପୁଦିନା ଏମିତି ଅନେକ ଦରକାରୀ ଗଛି ।
ଖାଲି ସେତିକି ନୁହେଁ । ପନିପରିବା ମଧ୍ୟରେ ବିଭିନ୍ନ ପ୍ରକାର ଶାଗଠୁ ଆରମ୍ଭ କରି ଧଣିଆପତ୍ର , ମେଥି , ଫୁଲକୋବି , ବନ୍ଧାକୋବି , ବ୍ରୋକଲି , ଉଲକୋବି , ବିଟ୍ , ଗାଜର , ମୂଳା , ଲଙ୍କା , ବାଇଗଣ , ବିଲାତି , କଲରା , କାକୁଡ଼ି , ବୋଇତାଳୁ , ଲାଉ , ପୋଟଳ , କୁନ୍ଦୁରୀ ଇତ୍ୟାଦି । ଏପରି ବିଭିନ୍ନପ୍ରକାର ଗଛଭରା ଛାତିରେ ସବୁଜିମାର ଲହଡ଼ି ଭାଙ୍ଗୁଛି ।
ସହରରେ ବାଡ଼ି ବଗିଚା ପାଇଁ ସ୍ଥାନର ଅଭାବିଥିବାରୁ ଧରଣୀ ବାବୁ ଛାତ ଉପରେ ସୃଷ୍ଟି କରିଛନ୍ତି ତାଙ୍କ ମନପସନ୍ଦର ବଗିଚା । ଗତ ବର୍ଷ ଓ ଚଳିତ ବର୍ଷ ଛାତ ଉପରେ ଜୈବିକ ଉପାୟରେ ( ଅର୍ଗାନିକ ଫାର୍ମ ) କରି ଗତ ବର୍ଷ ୧୬ କିଲୋଗ୍ରାମର ଅଧୁକ ଓଜନର ଏକ ବୋଇତାଳୁ ଫଳାଇଥିଲେ ଓ ଚଳିତ ବର୍ଷ ଶୀତ ଋତୁ ରେ ଦେଖିବାକୁ ମିଳିଛି ବାଇଗନି ରଙ୍ଗ ର ଫୁଲ କୋବି। କୌଣସି କେମିକାଲ ସାର କିମ୍ବା ଔଷଧ ବ୍ୟବହାର ନ କରି ସୁନ୍ଦର ବଗିଚା ସୃଷ୍ଟି କରି ଫଳ ଓ ପନିପରିବା ଅମଳ କରିବାରେ ସଫଳତା ପାଇବା ସଂପର୍କରେ ଧରଣୀ ବାବୁ କହନ୍ତି ଯେ , ସେ ବୁଢାବଳଙ୍ଗ ନଦୀ ପଠାରୁ ମାଟି ଆଣି ଗୋବର ଖତ ସହ ମିଶାଇ ତାକୁ ଗୁଣ୍ଡ କରି ପ୍ରଥମେ ଶୁଖାଇ ଦିଅନ୍ତି । ମାଟି ପାଗ ହେଲା ପରେ ତାକୁ କୁଣ୍ଡରେ ଦେଇ ଗଛ ଲଗାନ୍ତି । ଦେଶୀ ଗାଈର ଗୋବର ଖତ ମାଟିର ସ୍ୱାସ୍ଥ୍ୟ ପାଇଁ ଏବଂ ଗଛ ପାଇଁ ଅଧୁକ ଫଳପ୍ରଦ ବୋଲି ସେ କହନ୍ତି । ଗଛ ଟିକିଏ ବଢିଗଲେ ପିଡ଼ିଆ ଦିଅନ୍ତି ।
ଛାତ ଉପରେ ଗଛର ଯନ୍ତି ନେବା ପାଇଁ ପ୍ରତ୍ୟେକ ଦିନ ସକାଳ ୬ରୁ ୮ଟା ୨ଘଣ୍ଟା ତାଙ୍କର ସମୟ ଯାଏ । ସବୁଜ ବଳୟ ସୃଷ୍ଟି କରି ପରିବେଶର ଯନ୍ନ ନେବା ସହିତ ସେ ଅପାର ଆନନ୍ଦ ପାଆନ୍ତି ବୋଲି କହନ୍ତି । ୨୦୧୦ରୁ ଛାତ ଉପରେ ଧରଣୀ କିଚେନ ଗାର୍ଡେନ କରିଥିବା ବେଳେ ୨୦୧୫ରେ ପରୀକ୍ଷାମୂଳକ ଭାବେ ଫାଇବର କୁଣ୍ଡରେ ବଡ ବଡ ଗଛ ଯେପରି ଆମ , ସପେଟ , ଜାମୁରୋଳ , ନଡିଆ ଆଦି ଲଗାଇ ସଫଳ ହୋଇଛନ୍ତି ।
ଛାତ ଉପରେ ପ୍ରକୃତିକୁ ସଜାଡି ଅନ୍ୟ ପାଇଁ ଉଦାହରଣ ପାଲଟିବା ଧରଣୀଙ୍କ ପୈତୃକ ଗାଁ ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲା ଦାନ୍ତୁନ ସବଡିଭିଜନର ଉତ୍ତର ଆଡବଣା ଗ୍ରାମରେ । ୧୨ବର୍ଷ ବୟସରୁ ୧୯୮୮ ସମିହାରୁ ଗାଁ ଛାଡି ସେ ବାରିପଦାରେ ରହି ବ୍ୟବସାୟ କରି ଆସୁଛନ୍ତି । ଗାନ୍ଧୀ ମାର୍କେଟରେ ତାଙ୍କର ଆସବାବପତ୍ର (ଫୁର୍ଣ୍ଣିଚର ) ଦୋକାନଟିଏ ରହିଛି । ପେସାରେ ସେ ଜଣେ ବ୍ୟବସାୟୀ ହୋଇଥିଲେ ସୁଦ୍ଧା ନିଶାରେ ଜଣେ ନିଷ୍ଠାପର ପରିବେଶ ସୁରକ୍ଷାକାରୀ । ଅବସ୍ଥା ଚକ୍ରରେ ପଡି ବ୍ୟବସାୟ କରୁଥିଲେ ବି ଚାଷୀ ପରିବାରର ହୋଇଥିବାରୁ ଚାଷବାସ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା । ତେଣୁ ତାଙ୍କ ଘରକୁ ଯେକେହି ଗଲେ ସେ ତାକୁ ସଙ୍ଗେ ସଙ୍ଗେ ଛାତ ଉପରକୁ ପାଛୋଟି ନିଅନ୍ତି । ନିଜ ହାତଗଢ଼ା ବଗିଚାକୁ ଦେଖାଇବା ସହ ପ୍ରତିଟି ଗଛର କାହାଣୀ ପେଡ଼ି ଖୋଲି ବସନ୍ତି । ଆଉ ଆସିଲା ବେଳେ ବଗିଚାର ଫଳ ଫୁଲ କି ପନିପରିବା ଦେବାକୁ କେବେ ବି ଭୁଲନ୍ତିନି ଧରଣୀ ।

Leave a comment

Your email address will not be published. Required fields are marked *