#Breaking News

ଶୀତ ରେ ଥୁରୁଥୁରୁ ସାରା କନ୍ଧମାଳ,ଫୁଲବାଣୀ,ଦାରିଂବାଡ଼ି ସମେତ କେତକ ସ୍ଥାନ ରେ ଆଜିବି ତୁଷାର ପାତ..



ଫୁଲବାଣୀ 22/12(ସୁନୀଲ ପଟନାୟକ )
କନ୍ଧମାଳ ଜିଲାରେ ଶୀତ ର ଲହରୀ ଦିନକୁ ଦିନ ବଢିବାରେ ଲାଗିଛି । ଲଗାତାର ଭାବରେ ଦୁଇ ଦିନ ହେଲା କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଓ ଫୁଲବାଣି ଅଂଚଳରେ ତୁଷାର ପାତ ଦେଖିବାକୁ ମିଳୁଛି । ଦାରିଙ୍ଗବାଡ଼ି ଅଞ୍ଚଳ ର ତୁଷାରପାତ ହୋଇଥିବା ବେଳେ ଫୁଲବାଣୀ ରେ ମଧ୍ୟ ଆଜି ବି ତୁଷାର ପାତ ଦେଖିବାକୁ ମିଳିଛି l ସେହିଭଳି ଗତ କାଲି ଫୁଲବାଣୀ ରେ 4 ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଦାରିଂଙ୍ଗବାଡି ରେ 3.5 ଡିଗ୍ରୀ ତାପମାତ୍ରା ରହିଥିଲା ।
ବୁଧବାର ଆଜି ଫୁଲବାଣୀ ରେ ତାପମାତ୍ରା 3.6ଡିଗ୍ରୀ ସେଲସିୟସ ଥିବା ବେଳେ ଦାରିଂବାଡ଼ିରେ ତାପମାତ୍ରା 4.5ଡିଗ୍ରୀ ସେଲସିୟସ ରହିଛି l
ପୁରା କନ୍ଧମାଳ ଜିଲାରେ ଶୀତ ର ପ୍ରକୋପ ଦେଖିବାକୁ ମିଳୁଛି । ସକାଳ ନଅଟା ପର୍ଯ୍ୟନ୍ତ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ଶୀତର ପ୍ରଭାବରେ ଲୋକଙ୍କ ଦୈନଦୀନ ଜୀବନ ଶୈଳୀ ରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି । ପ୍ରବଳ ଶୀତ ଜୋଂଗୁଁ ଦିନ ମଜୁରିଆ ମାନେ କାମକୁ ଯାଇପାରୁନାହାନ୍ତି lକି ବୁଢା କି ପିଲା ସମସ୍ତେ ଶୀତ ୠରକ୍ଷା ପାଇବା ପାଇଁ ଦିନରାତି ନିଆ ଜାଳି ନିଆ ପାଖରେବସିରହୁଥିବା ଦେଖିବାକୁ ମିଳୁଛି l
ପାଣିପାଗ ବିଭାଗ ସୂଚନା ଅନୁସାରେ ଆହୁରି ଦୁଇ ରୁ ତିନି ଦିନଜ଼ିଲ୍ଲାରେ ଶୀତ ର ପ୍ରକୋପ ଦେଖିବାକୁ ମିଳିବ ।
ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଥଣ୍ଡାର ମଜା ନେବାପାଇଁବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳୁଛି l ଏହି ଶୀତ କାହା ପାଇଁ ଖୁସି ଆଣି ଦେଇଥିବା ବେଳେ ଆଉ କାହାପାଇଁ ଦୁଃଖ ଆଣିଦେଇଛି ll

Leave a comment

Your email address will not be published. Required fields are marked *