#Exclusive

ମଦ ଦୋକାନ ବନ୍ଦ କର, ମୁଖ୍ୟମନ୍ତ୍ରୀଙ୍କୁ ଟଙ୍କା ପଠାଇଲେ ମହିଳା

ବାଲେଶ୍ଵର : କରୋନା ଲକଡାଉନ ଯୋଗୁ କେନ୍ଦ୍ର ସହ ରାଜ୍ୟଗୁଡ଼ିକର ରାଜସ୍ୱ ସଂଗ୍ରହରେ ଅହେତୁକ କ୍ଷତି ଘଟିଛି। ଏହାକୁ ପୂରଣ କରିବା ପାଇଁ କିଛି ରାଜ୍ୟ କରୋନା କଟକଣା ଭିତରେ ମଦ ଦୋକାନ ଖୋଲିବାକୁ ଅନୁମତି ମଧ୍ୟ ଦେଇଛନ୍ତି। ମଦ ଦୋକାନ ଖୋଲିବା ପରେ ପ୍ରବଳ ବେପାର ମଧ୍ୟ ହେଉଛି।ହେଲେ ମଦ ଦୋକାନକୁ ବନ୍ଦ କରିବା ଦାବିରେ ଓଡ଼ିଶାର ମହିଳାମାନେ ଅଭିନବ ପ୍ରତିବାଦ କରିଛନ୍ତି। ଆପଣ ଅନେକ ସମୟରେ ରାସ୍ତାରୋକ ଓ ମଦ ଭାଟି ଆଗରେ ମହିଳାଙ୍କ ଧାରଣା କଥା ଶୁଣିଥିବେ। କିନ୍ତୁ ଏଥର ମହିଳାମାନେ ସରକାରଙ୍କ ପାଖକୁ ଟଙ୍କା ପଠାଇ ମଦ ଦୋକାନ ବନ୍ଦ କରିବା ପାଇଁ ନିବେଦନ କରିଛନ୍ତି। ମେ’ ୧୮ ତାରିଖରୁ ୧୨ ହଜାରରୁ ଅଧିକ ମହିଳା ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ୫ରୁ ୫୦ ଟଙ୍କା ଏମିତି ୧୨ ହଜାର ଟଙ୍କା ପଠାଇ ସାରିଲେଣି। ଆଗକୁ ମଧ୍ୟ ସେମାନେ ସରକାରଙ୍କୁ ଟଙ୍କା ପଠାଇବେ ବୋଲି ଲକ୍ଷ୍ୟ ରଖିଛନ୍ତି। ଟଙ୍କା ପଠାବାର କାରଣ ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ହୋଇଛି। କାରଣ ସରକାର ରାଜସ୍ୱ ସଂଗ୍ରହ ଟାର୍ଗେଟକୁ ପୂରଣ କରିବାକୁ ମଦ ଦୋକାନ ଖୋଲିଥିବା କହୁଛନ୍ତି। ହେଲେ ସରକାର ମଦ ଦୋକାନ ବନ୍ଦ କରନ୍ତୁ। ମହିଳାମାନେ ରାଜସ୍ୱ ସଂଗ୍ରହରେ ସମସ୍ତ ପ୍ରକାରର ସହଯୋଗ କରିବାକୁ ପ୍ରସ୍ତୁତ ରହିଛନ୍ତି ବୋଲି ଜଣାଇବା ପାଇଁ ଟଙ୍କା ପଠାଇଥିବା କହିଛନ୍ତି।

Leave a comment

Your email address will not be published. Required fields are marked *