#Breaking News

ଦୁଷ୍କର୍ମ ମାମଲାର ଅଭିଯୁକ୍ତ କୁ ୨0 ବର୍ଷ ଜେଲ ଓ ଜରିମାନା


ଫୁଲବାଣୀ(ସୁନୀଲ ପଟନାୟକ )
ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ସଂଜିତ କୁମାର ବେହେରା ବୁଧବାର ନାବାଳିକା ଦୁସ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ଫିରିଙ୍ଗିଆ ଥାନା ଅନ୍ତର୍ଗତ କେଲା ପଡା ଗ୍ରାମର ରୋହିତ କହଁର ୨ ୧ ବର୍ଷ କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l
ସୁଚନା ଅନୁଯାୟୀ ଗତ ୨0୨0ମସିହାଖରା ଛୁଟି ସମୟରେକ. ନୂଆଗାଁ ଥାନା ଅଂଚଳ ରେ ଦଶମ ଶ୍ରେଣୀ ରେ ପଢ଼ୁଥିବା ପୀଡିତା ଏକାକୀଘରେ ଥିବା ବେଳେସେହି ଅଂଚଳ କୁ କୁଣିଆ ଯାଇଥିବl କେଲାପଡା ଗ୍ରାମ ର ରୋହିତ କହଁର ନାବାଳିକା ପୀଡିତା ଘରକୁଯିବା ଆସିବା କରି ନାବାଳିକା ସହ ପ୍ରେମ ସମ୍ପର୍କ ସ୍ଥାପନ କରି ଦୁଷ୍କର୍ମ କରିଥିଲାl ଫଳରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇପଡିଥଲା ଏ ନେଇ ପୀଡିତା ପରିବାରରେ ଜଣାଇଥିଲା l ଘଟଣା ଶୁଣିବାପରେ ପୀଡିତା ର ମା
କ.ନୂଆଗାଁ ଥାନାରେ ଏତେଲା ଦେଇଥିଲେ l କ. ନୂଆଗାଁ ପୋଲିସ ୬ 0/୨ 0୨ 0ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ରୋହିତ କୁ ଗିରଫକରି କୋର୍ଟଚାଲାଣ କରିଥିଲା l
ଆଜିବୁଧବାର ପକସୋ କୋର୍ଟ ବିଚାର ପତି ସଂଜିତ କୁମାର ବେହେରା କୋଡିଏ ଜଣ ସାକ୍ଷୀ, ପୋଲିସ ରିପୋର୍ଟ, ଡାକ୍ତରୀ ରିପୋର୍ଟ, କୁ ଆଧାର କରି କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ସେହିପରି ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗିବା କୁ ଆଦେଶ ଦେଇଛନ୍ତି l
ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅସୀମ କୁମାର ପ୍ରହରାଜ ମୋକଦମା ପରିଚାଳନା କରୁଥିଲେ l

Leave a comment

Your email address will not be published. Required fields are marked *