#Breaking News #Uncategorized

ଏନଏସୟୁଆଇ ର କନ୍ଧମାଳ ଜିଲ୍ଲା ସଭାପତି ଭାବେ ଅଂଶୁମାନ ମନୋନୀତ


କନ୍ଧମାଳ,୦୭/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ)କଂଗ୍ରେସ ଦଳ ର ଛାତ୍ର ସଂଗଠନ ଭାରତୀୟ ଜାତୀୟ ଛାତ୍ର ସଂଘ (ଏନଏସୟୁଆଇ) ର କନ୍ଧମାଳ ଜିଲ୍ଲା ସଭାପତି ଭାବେ ଅଂଶୁମାନ ପ୍ରିୟଦର୍ଶନ ଙ୍କୁ ମନୋନୀତ ହୋଇଥିବା ଜଣା ପଡ଼ିଛି।ସଂଗଠନ ର ପରାମର୍ଶଦାତା ସୋନିଆ ଗାନ୍ଧୀ ଏବଂ ଜାତୀୟ ସଭାପତି ନିରଜ୍ କୁଣ୍ଡନ ଙ୍କ ଦ୍ଵାରା ଅନୁମୋଦନ ପରେ ଜାତୀୟ ସମ୍ପାଦକ ରୋଷନ୍ ଲାଲ ଓଡ଼ିଶା ର ୨୭ ଟି ଜିଲ୍ଲା ର ସଭାପତି ଙ୍କ ନାମ ଘୋଷଣା କରିଛନ୍ତି। ଅଂଶୁମାନ ଜିଲ୍ଲା ସଭାପତି ହେବା ପରେ ସଂଗଠନ ର ରାଜ୍ୟ ସଭାପତି ସାୟାଦ ଆସିର ନୱେଜ ଙ୍କ ସମେତ ଦଳୀୟ ନେତୃବୃନ୍ଦ ଙ୍କ ଠାରେ ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି l ଅପର ପକ୍ଷେ ଅଂଶୁମାନ ଙ୍କ ସଭାପତି ହେବା ଖବର ରୁ ଜିଲ୍ଲା ଯୁବ ଗୋଷ୍ଠୀ ଅଧିକ ଉତ୍ସାହିତ ହେବା ସହ ବିଭିନ୍ନ ମହଲ ରୁ ଶୁଭେଛା ର ସୁଅ ଛୁଟୁଛି।

Leave a comment

Your email address will not be published. Required fields are marked *