କରୋନା ଯୋଦ୍ଧା: କର୍ତ୍ତବ୍ୟ ଆଗରେ ଶାରୀରିକ ଅସୁସ୍ଥତାକୁ ଭୁଲିଗଲେ କ‌ନେଷ୍ଟବଳ ସଂଯୁକ୍ତା

admin | April 24, 2020 | 45 views |0 | Exclusive

ଦେବଗଡ଼: କର୍ତ୍ତବ୍ୟ ଆଗରେ ହାର ମାନିଛି ଶାରୀରିକ ଅସୁସ୍ଥତା । କର୍ତ୍ତବ୍ୟ ଆଗ, ଆଉ ସବୁ ପଛ । ଏହାକୁ କଥାରେ ନୁହଁ କାମରେ ଦେଖାଇଛନ୍ତି ବାରକୋଟ ଥାନାରେ କାର୍ଯ୍ୟରତ ମହିଳା କ‌ନେଷ୍ଟବଳ ସଂଯୁକ୍ତା ପାତ୍ର । ବେଶ କିଛି ମାସ ତଳେ ସେ ସଡକ ଦୁର୍ଘଟଣାରେ ଆହତ ହୋଇଥିଲେ । ଯାହା ଫଳରେ କି ତାଙ୍କର ସ୍ପାଇନାଲ କୋଡରେ ଆଘାତ ଲାଗିବା ସହିତ ଫେକଚର ହୋାଇଥିଲା ।

‌ତେବେ ସଂଯୁକ୍ତା ଅପ୍ରେଲ ମାସ ୬ ତାରିଖ ଦିନ ଡାକ୍ତରଖାନାରୁ ଘରକୁ ଫେରିଥିଲେ ।ଦେବଗଡ଼ ଏସପି ରାହୁଲ ଜୈନ ଏବଂ ଡାକ୍ତର ତାଙ୍କୁ ବିଶ୍ରାମ ନେବ‌ା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ସଂଯୁକ୍ତା ଶାରରିକ ଅସୁସ୍ଥତାକୁ ଭୁଲିଯାଇ ୯ ତାରିଖ ଦିନ ବାରକୋଟ ଥାନାରେ ନିଜର କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହାସହିତ କୋଭିଡ-୧୯ ସଂପର୍କିତ ସମସ୍ତ କାର୍ଯ୍ୟରେ ନିଜର ଦାୟିତ୍ବ ତୁଲାଇଛନ୍ତି । ସଂଯୁକ୍ତାଙ୍କର ଏଭଳି ପଦକ୍ଷେପ ଜିଲ୍ଲାରେ ଅନ୍ୟ ସମସ୍ତ ପୁଲିସ ଅଧିକାରଙ୍କ ପାଇଁ ଉଦାହରଣ ପାଲଟିଛି ।

Share this
  •  
  •  
  •  
  •  
  •  
  •  
  •  

Related Posts

ବଡମ୍ବା ବ୍ଲକ ପରିସରରେ ଛଅ ଦଫା ଦାବି…

Udaya_Labanya | October 5, 2020 | 125 views | 0

. ବଡମ୍ବା(ଉଲାପ୍ର) ବଡମ୍ବା ବ୍ଲକ ପରିସରରେ ସାମାଜିକ କର୍ମୀ ଚିନ୍ମୟ ପଟ୍ଟନାୟକଙ୍କ ନେତୃତ୍ୱରେ ଛଅ ଦଫା ଦାବିନେଇ ଗଣଧାରଣା ଆରମ୍ଭ କରାଯାଇଛି. ଏଥିରେ ବଡମ୍ବା ବ୍ଲକର ଶତାଧିକ ବ୍ୟକ୍ତି ଯୋଗଦାନ କରିଛନ୍ତି, ଗଣଧାରଣାକୁ ବଡମ୍ବା ବ୍ଲକର ଯୁବ କଂଗ୍ରେସ ର କର୍ମକର୍ତ୍ତା…

Leave a Reply

Your email address will not be published. Required fields are marked *

Archives

Categories