#Breaking News

ସାହିତ୍ୟିକ ନୃସିଂହାନନ୍ଦ ମହାପତ୍ର ପି ଏଚ ଡ଼ି ପାଇଲେ

ଫୁଲବାଣୀ -20/12(ସୁନୀଲ ପଟନାୟକ )
ଫୁଲବାଣୀ ସହରର ଜଣାଶୁଣା କବି ସାହିତ୍ୟିକ ଓ ଶିକ୍ଷାବିତ ନୃସିଂହାନନ୍ଦ ମହାପତ୍ରଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର କାର୍ଲିଫର୍ଣ୍ଣିଆ ବିଶ୍ୱ ବିଦ୍ୟାଳୟ ତରଫରୁ ପି. ଏଚ. ଡ଼ି. ପ୍ରଦାନ କରାଯାଇଛି l ରାଜସ୍ଥାନ ଜୟପୁର ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ଼ି ଏସ ଟେଣ୍ଡେକର ଓ ଏ ଦୀନେଶ କୁମାର ଙ୍କ ମାର୍ଗଦର୍ଶନରେ ଭାରତୀୟ ଦର୍ଶନ ଶାସ୍ତ୍ରରେ “ବେଦାନ୍ତ ସାରତତ୍ତ୍ୱ କୁ ନେଇ ଶ୍ରୀ ମହାପାତ୍ର ପି. ଏଚ. ଡ଼ି. କରୁଥିଲେ l ସନ୍ଦର୍ଭଟି ବିଚାରକମାନଙ୍କ ଦ୍ୱାରା ଉଚ୍ଚ ପ୍ରସଂଶିତ ହୋଇଥିଲା l ଶ୍ରୀ ମହାପାତ୍ର ଫୁଲବାଣୀର ମାଷ୍ଟର ପଡ଼ା ନିବାସୀ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ମହାପାତ୍ର ଓ କମଳା ମହାପାତ୍ରଙ୍କ ପୁତ୍ର ଅଟନ୍ତି l ବର୍ତମାନ ସେ ଫୁଲାବାଣୀ ଆଇ ଟି ଆଇ ର ସହକାରୀ ତାଲିମ ଅଧିକାରୀ ଭାବେ କାର୍ଯ୍ୟରତ l ସେ ଜଣେ ଉଚ୍ଚ କୋଟିର ସାହିତ୍ୟିକମଧ୍ୟ l ତାଙ୍କର କୋଡ଼ିଏରୁ ଅଧିକ ବିଭିନ୍ନ ପ୍ରକାର ପ୍ରକାଶିତ ପୁସ୍ତକ ପାଠକ ମାନଙ୍କ ବେଶ ଆଦୃତି ଲାଭ କରିଛି l ଶ୍ରୀ ମହାପାତ୍ର ବିଭିନ୍ନ ଜଣାଶୁଣା ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହେବା ସହ ବହୁ ଅନୁଷ୍ଠାନ ସହ ଜଡିତ ଅଛନ୍ତି l ତାଙ୍କର ଡକ୍ଟରେଟେ ପାଇବା ଶୁଣି ସହକର୍ମୀ ଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି l ଆଇ. ଟି. ଆଇ. ର ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ବ୍ୟକ୍ତି ବିଶେଷ,ସାହିତ୍ୟିକ, କବିବନ୍ଧୁ ପ୍ରମୁଖ ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି l

Leave a comment

Your email address will not be published. Required fields are marked *