#Breaking News #Uncategorized

ବାରହା ଆକ୍ରମଣରେ ଯୁବକ ଗୁରୁତର: ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି


ବାଲିଗୁଡ଼ା,୧୬/୦୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକର ମାର୍ଲାଙ୍ଗା ପଞ୍ଚାୟତର ସାଲକି ସିତାଗୁଡ଼ି ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବାରହା ଆକ୍ରମଣରେ ଯୁବକ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ପରିବାର ଲୋକେ । ସୂଚନା ପ୍ରକାରେ ସାଲକି ସିତାଗୁଡ଼ି ଗାଁ ର ରୋହିତ ପାଟମାଝୀ ନାମକ ୩୦ ବର୍ଷୀୟ ଜଣେ ଯୁବକ ନିଜ ପରିବାର ଲୋକଙ୍କ ସହ ହଳଦୀ ଖୋଳିବା ପାଇଁ ପଦରକୁ ଯାଇଥିଲେ । ହଳଦୀ ଖୋଳୁଥିବା ସମୟରେ ହଠାତ୍ ଏକ ବାରହା ରୋହିତଙ୍କୁ ଆକ୍ରମଣ କରିଥିଲା । ନିଜକୁ ବାରହା କବଳରୁ ବଞ୍ଚାଇବାକୁ ଚେଷ୍ଟା କଲାବେଳେ ବାରହା ଟି ରୋହିତଙ୍କ ଦୁଇ ହାତକୁ କାମୁଡ଼ି ଦେଇଥିବା ଜଣାପଡ଼ିଛି । ଫଳରେ ରୋହିତଙ୍କ ହାତରେ ଗୁରୁତର କ୍ଷତ ହୋଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ରୋହିତଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଇଛନ୍ତି । ବର୍ତ୍ତମାନ ସେ ଉପଖଣ୍ଡ ଚିକିତ୍ସାଳୟର ୨୯ ନଂ ବେଡ୍ ରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି ।

Leave a comment

Your email address will not be published. Required fields are marked *