#Breaking News #District

ବାଘ ଛାଲ ସହ ନଖ ଜବତ, ୧୧ ଗିରଫ


ଫୁଲବାଣୀ ( ଉଲ୍ଲାପ୍ର )
ଫୁଲବାଣୀ ବନବିଭାଗ କୁ ମିଳିଛି ବଡ଼ ସଫଳତା l
କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅଧୀନ କରଡ଼ା ରେଞ୍ଜ ଅଧୀନ ଵlଦଗଡ଼ ଜଙ୍ଗଲ ରେ ବେଆଇନ ଭାବେ କଲରା ପତ୍ରିଆ ବାଘ ଶିକାର କରି ଛାଲ, ନଖ ଆଦି ବାହାର କରୁଥିବା ବେଳେ ମାଡିବସିଲା ବନବିଭାଗ l ବାଘ ଛାଲ ଓ ନଖ ଜବତ କରିବା ସହ ଏଗାର ଜଣ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ଡିଏଫଓ ପ୍ରଶାନ୍ତ ପଟେଲ ସୂଚନା ଦେଇଛନ୍ତି l
ସୂଚନା ଯୋଗ୍ୟ ଯେ, ଗତ ୩ଦିନ ତଳେ ସମ୍ପୃକ୍ତ ଅଂଚଳର ଜଣେ ଲୋକକୁ ବାଘ ଆକ୍ରମଣ କରିଥିଲାl ଫଳରେ ବନବିଭାଗ ସମ୍ପୃକ୍ତ ଜଙ୍ଗଲ ଇଲାକାରେ ପେଟ୍ରୋଲିଙ୍ଗ କୁ ଜୋରଦାର କରିଥିଲା l
ଏଭଳି ସ୍ଥିତି ରେ ମଙ୍ଗଳ ବାର ବିଳମ୍ବିତ ରାତିରେ ଏହି ଅଭିଯୁକ୍ତ ମାନେ ମିଶି ବାଘ ଶିକାର କରି ଛାଲ ଓ , ନଖ ବାହାର କରିବା ସମୟରେ କୌଣସି ସୂତ୍ରରୁ ଠୋସ ଖବର ପାଇ ଡ଼ିଏଫଓ ଙ୍କ ନିର୍ଦେଶ କ୍ରମେ ଅତର୍କିତ ଭାବେ ଚଢ଼ାଉ କରି ଥିଲେ l

Leave a comment

Your email address will not be published. Required fields are marked *