#Breaking News

କୋରାନା ରେ ଜୀବିକା ହରାଇଥିଲେ ଗାଁ ରେ ଅଦା ଓ ପନିପରିବା ଚାଷ କରି ସ୍ୱାବଲମ୍ବୀ ହେଲେ କନ୍ଧମାଳ ଚାଷୀ ଟୁନିଆ


ଫୁଲବାଣୀ – (ସୁନୀଲ ପଟ୍ଟନାୟକ) ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲା lଏହି ଜିଲାରେ ଶତକଡା ଷାଠିଏ ଭାଗ ଲୋକ ଆଦିବାସୀ l ଏମାନେ ପ୍ରାୟତଃ ଦିନମଜୁରୀ କରି ନଚେତ ଜଙ୍ଗଲଜାତ ଦ୍ରଵ୍ୟ ସଂଗ୍ରହ କରି ଗୁଜୁରାଣ ମେଂଟାଇଥାନ୍ତିl
ଏହି ଆଦିବାସୀ ଲୋକମାନଙ୍କୁ ବିବିନ୍ନଯୋଜନା ରେ ସାମିଲ କରି ସ୍ୱାବଲମ୍ବୀ କରିଛି କନ୍ଧମାଳ ଜିଲା ଉଦ୍ୟାନ କୃଷି ବିଭାଗ l ସେଭଳି ଏକ ସଫଳ ଅଦା ଚାଷୀ ଫିରିଙ୍ଗିଆଅଂଚଳ ର ଟୁନିଆଁ କହଁର lସେ ନିଜେ ସ୍ୱାବଲମ୍ବୀ ହେବାସହ ଅନ୍ୟମାନଙ୍କୁ ରୋଜଗାର ମଧ୍ୟ ଯୋଗାଇଦେଇଛନ୍ତି
କନ୍ଧମାଳ ଜିଲା ଫିରିଙ୍ଗିଆ ଅଂଚଳ ର ଟୁ ନିଆଁ କହଁର l ଟୁନିଅଁl
ଉଦ୍ୟାନକୃଷି ବିଭାଗ ର ସହାୟତାରେ ଟାଙ୍ଗରା ଭୂଇଁ ରେ ଫଳ l ଇ ଛନ୍ତି ସୁନାର ଫସଲ l କେବଳ ଅଦା ନୁହେଁ ଅଦା ସାଙ୍ଗକୁ କୋବି, ଅମୃତଭଣ୍ଡl, ଟମାଟୋ,, ମକା ଆଦି ବିଭିନ୍ନ ପ୍ରକାର ଫସଲ କରି ନିଜେ ସ୍ୱାବଲମ୍ବୀ ହେବାସହ ଅନ୍ୟକୁ ରୋଜଗାର ଯୋଗାଇଦେଇଛନ୍ତି l
ଆଗରୁ ସେ କାମଧନ୍ଦା କରିବାକୁ ରାଜ୍ୟ ବାହାରକୁ ଯାଉଥିଲେ l
କୋରାନା ମହାମାରୀ ଯୋଗୁଁ କାମବନ୍ଦ ହେବାରୁ ସେ ଗାଁକୁ ଆସିଥିଲେ l ଆଉ ପଡିଆପଡିଥିବା ନିଜ ଜମିରେ ଚାଷ ଆରମ୍ଭ କରିଥିଲେ l ତାଙ୍କର ଚାଷ ପ୍ରତି ଥିବା ଆଗ୍ରହ କୁ ଦେଖି ଉଦ୍ୟାନକୃଷି ବିଭାଗ ପକ୍ଷରୁ ଆଳୁ, କଦଳି, ଆମ୍ବ ଚାରା ଦେବା ସଂଗେ ଜିଆ ଖତ ମଧ୍ୟ ଦିଆଯାଇଥିଲା l ସେହିପରିଉଦ୍ୟାନ ବିଭାଗ ପକ୍ଷରୁ ୨ କଇଣ୍ଟାଲ ଅଦା ବିହନ ମଧ୍ୟ ଯୋଗେଇଦିଆଯାଇଥିଲା l
ସେହିପରି ଆଇଟିଡିଏ ପକ୍ଷରୁ ପାଣି ମୋଟର, ସୋଲାର ଟାଙ୍କି ଯୋଗାଇଦିଆଯାଇଥିଲା l ଫଳରେସେ ମାନେ ଚାଷ କରି ଲାଭବାନ ହୋଇପାରିଥିବା କଥା
ଟୁନିଆ କହଁର, ଓ ସ୍ତ୍ରୀ
ସୁଷମା କହଁର, କହିଛନ୍ତି l
ଟୁ ନିଆଁ ଙ୍କୁ ଚାଷ କାମରେ ସ୍ତ୍ରୀ ସୁଷମା ଵି ସାହାଯ୍ୟ କରୁଛନ୍ତି l ସେହିପରି କିଛି ଲୋକଙ୍କୁ ବି ସେ କାମରେ ଲଗାଇଛନ୍ତି l ସେମାନେ ବି ଦୁଇ ପଇସା ରୋଜଗାର କରି ପରିବାର ଚଳାଉଛନ୍ତି l ଟୁନିଆ କହଁର ସଫଳ ଚାଷୀ ହିସାବରେ ପୁରସ୍କୃତ ମଧ୍ୟ ହୋଇଛନ୍ତି l

ସେମାନେ ଏଵେ ଆଉ ଦାଦନ ଖଟିବାକୁ ନଯାଇ ଚାଷ କରି ବେଶ ଆରାମ ରେ ପରିବାର ପ୍ରତିପୋଷଣ କରିପାରୁଛନ୍ତି. ଆଉ ଅନ୍ୟ ମାନଙ୍କପାଇଁ ଉଦାହରଣସାଜିଛ ନ୍ତିବୋଲି କନ୍ଧମାଳ ଉଦ୍ୟାନ କୃଷି ଉପ ନିର୍ଦେଶକ ମିହିର କୁମାର ସାମନ୍ତରାୟ କହିଛନ୍ତି l

Leave a comment

Your email address will not be published. Required fields are marked *