#Breaking News

ନେଟୱର୍କ ନାହିଁ. ପ୍ରାର୍ଥୀ ହତାଶ ,କେମିତି ହେବ ଡିଜିଟାଲ ପ୍ରଚାର


ଫୁଲବାଣ(ସୁନୀଲପଟନାୟକ)
ପ୍ରାର୍ଥୀପତ୍ର ଦାଖଲ ସରିଲା। ଏବେ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିବେ । କରେ।ନା କଟକଣା ପାଇଁ ସରକାର ପ୍ରାର୍ଥୀମାନେ ମାତ୍ର ୫ ଜଣ ସମର୍ଥକ କୁ ନେଇ ପ୍ରଚାର କରିବେ । ଆଉ ଡିଜିଟାଲ ମିଡ଼ିଆରେ ପ୍ରଚାର କରିପାରିବେ ବୋଲି ନିର୍ବାଚନ କମିଶନ ଗାଇଡଲାଇନ ଜାରି କରିଛନ୍ତି । ହେଲେ କନ୍ଧମାଳ ଜିଲାର ହଜାରେ ରୁ ଉର୍ଦ୍ଧ ଗ୍ରାମରେ ମୋବାଇଲ ନେଟୱାର୍କ ନାହିଁ। ଫଳରେ ପ୍ରାର୍ଥୀମାନେ କେମିତି ପ୍ରଚାର କରିବେ ସେନେଇ ଚିନ୍ତାରେ ଅଛନ୍ତି ।
ସେହିପରି ଯେଉଁ ଗ୍ରାମରେ ମୋବାଇଲ ସେବା ଅଛି ସେଠାରେ କି ବହୁ କମ ସଂଖ୍ୟକ ଲୋକ ଇଣ୍ଟରନେଟ ବ୍ୟବହାର କରୁଛନ୍ତି ।
ମୋବାଇଲ ଟାୱ୍ଵାର ପ୍ରତିଷ୍ଠା ଦାବୀ କରି ଖଜୁରୀପଡ଼ା ବ୍ଳକ ଆଡ଼ା ସିପଡ଼ା ପଞ୍ଚାୟତ ଲୋକେ ପ୍ରତିବାଦରେନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । କେନ୍ଦ୍ର ସରକାରଙ୍କ ତଥ୍ୟ କହୁଛି ଯେ କନ୍ଧମାଳ ଜିଲ୍ଲା ଟେଲି ସେବା ଦୃଷ୍ଟିରୁ ଅପହଞ୍ଚ ।
ଏଠାରେ ୧୦୯୪ ଗ୍ରାମରେ ମୋବାଇଲ ସୁବିଧା ନାହିଁ। ଏପଟେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥ୍ୟ କହୁଛି ମାତ୍ର ୩୦ପ୍ରତିଶତ ପିଲା ଅନଲାଇନ କ୍ଲାସ କରୁଛନ୍ତି ।
ଏପରି ସ୍ଥଳେ ଡିଜିଟାଲ ପ୍ରଚାର କିପରି ହେବ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ? ବିଭିନ୍ନ ଦଳ ଏବେ ଚିନ୍ତାରେ ପଡିଲେଣି । କିଭଳି ସେମାନଙ୍କ ବାର୍ତ୍ତା ଭୋଟରମାନଙ୍କ ନିକଟରେ ପହଞ୍ଚିବ ତାକୁ ନେଇ ଚିନ୍ତାରେ ସବୁ ଦଳ ଓ ପ୍ରାର୍ଥୀ । ସେମାନେ ଏବେ କେବୁଲ ସଂସ୍ଥା ମାଧ୍ୟମରେ ଟିଭିରେ ପ୍ରଚାର କରିବେ ଓ ସବୁ ମୋବାଇଲକୁ ମେସେଜ ପଠାଇ ଭୋଟ ପାଇଁ ଅନୁରୋଧ କରିବେ ବୋଲି ଜଣେ ପ୍ରାର୍ଥୀ କହିଛନ୍ତି । ଫେସବୁକ୍ ରେ ପୋଷ୍ଟ କରି ଅଧିକରୁ ଅଧିକ ସେୟାର କରିବେ ବୋଲି ଉଦ୍ୟମ କରୁଥିବା କହିଛନ୍ତି।

Leave a comment

Your email address will not be published. Required fields are marked *