#Breaking News

ଅନ୍ତଃ ଜିଲ୍ଲା ବଲ ବ୍ୟାଡମିଣ୍ଟନ ପ୍ରତିଯୋଗିତା ପାଇଁ ଖେଳାଳୀ ଚୟନ


କଟକ(ଉଲ୍ଲାପ୍ର )
ଆସନ୍ତା ନଭେମ୍ବର ମାସରେ ବାଲେଶ୍ବରଠାରେ ବରିଷ୍ଠ ଅନ୍ତଃ ଜିଲ୍ଲା ବଲ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆଜି କଟକ ଜିଲ୍ଲା ବଲ ବ୍ୟାଡମିଣ୍ଟନ ସଙ୍ଘ ପକ୍ଷରୁ ଭକ୍ତ ମଧୁ ବିଦ୍ୟାପୀଠ ଖେଳ ପଡିଆରେ ପୁରୁଷ ଖେଳାଳି ଚୟନ ପ୍ରକ୍ରିୟାର ଆୟୋଜନ ହୋଇଯାଇଛି। ଏହି ଖେଳାଳି ଚୟନ ପ୍ରକ୍ରିୟାରେ କଟକ ଜିଲ୍ଲାର ୩୯ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ସଙ୍ଘର ସମ୍ପାଦକ ଅଜୟ କୁମାର ସାହୁଙ୍କ କହିବା ଅନୁଯାୟୀ ଏହି ଖେଳାଳୀ ମଧ୍ୟରୁ ୧୦ ଜଣ ପୁରୁଷ ପ୍ରତିଯୋଗୀଙ୍କୁ ଚୟନ କରାଯାଇ ଅନ୍ତଃ ଜିଲ୍ଲା ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ସୁଯୋଗ ଦିଆଯାଇଛି।

Leave a comment

Your email address will not be published. Required fields are marked *