#Breaking News #District

ମା’ ବୁଢୀ ଠାକୁରାଣୀଙ୍କ ସପ୍ତଦିନ ବ୍ୟାପି ଚଣ୍ଡୀଯଜ୍ଞ ଆରମ୍ଭ


ଢେଙ୍କାନାଳ( ଉଲ୍ଲାପ୍ର )ଢେଙ୍କାନାଳ ଜୁବୁଲି ଟାଉନ୍ ଭାପୁର ରୋଡସ୍ଥିତ ଅଧୃଷ୍ଠାତ୍ରୀ ମା’ ବୁଢୀ ଦେବୀଙ୍କର ବିଜୟ ସ୍ଥଳୀରେ ୨୯ ତାରିଖ ଠାରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚଣ୍ଡୀଯଜ୍ଞ ଓ ଶନିଶ୍ଚର ମହାଗ୍ରହ ଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି । ଅଦ୍ୟ ଶୁକ୍ରବାର ଏକଶହରୁ ଉର୍ଦ୍ଧ୍ବ ମହିଳା ଭାଗିରଥୀ ସାଗରଠାରେ ପୂଜାର୍ଚ୍ଚନା ପରେ କଳସଯାତ୍ରାରେ ବାହାରି ମା’ଙ୍କ ପୀଠରେ ପହଁଚିଥିଲେ । ପରେ ମା’ଙ୍କର ଅଙ୍କୁରାରୋପଣ, ଜଳଯାତ୍ରା ଓ ଅଧ୍ୟାସ ଅନୁଷ୍ଠିତ ହୋଇଯାଇଅଛି । କମିଟି ପକ୍ଷରୁ ମା’ଙ୍କର ବୈଶାଖ ପର୍ବ ଓ ଶନିଶ୍ଚର ମହାଗ୍ରହ ଯଜ୍ଞ ଅନୁଷ୍ଠିତ ହେବ । ୨୯ ତାରିଖ ଦିନ ସୂର୍ଯ୍ୟ ପୂଜା, ଗୋ-ପୂଜା ଓ ଚଣ୍ଡୀପାଠ, କୁଣ୍ଡ ମଣ୍ଡଳାଦି ପୂଜା, ଅଗ୍ନିସ୍ଥାପନ ଓ ଗ୍ରହଯଜ୍ଞ ଅନୁଷ୍ଠିତ ହେବ । ୩୦ ତାରିଖ ଦିନ ଗୋପାଳସହସ୍ର ନାମରେ ଆହୁତୀ ପ୍ରଦାନ, ମଇ ୧ ତାରିଖ ଦିନ ରୁଦ୍ରାର୍ଜନ ଓ ଆହୁତୀ ପ୍ରଦାନ, ୦୨ ତାରିଖ ଦିନ ଦେବୀ ସହସ୍ର ନାମରେ ଆହୁତୀ ପ୍ରଦାନ, ୩ ତାରିଖରେ ଗୀତାଯଜ୍ଞ, ୪ ତାରିଖରେ ନୃସିଂହାର୍ଜନ ଓ ଆହୁତୀ ପ୍ରଦାନ ଏବଂ ୫ ତାରିଖରେ ମା’ଙ୍କର ଷୋଡଶୋପଚାର ପୂଜା, ଚଣ୍ଡୀପୂଜା ଓ ପୂର୍ଣ୍ଣାହୁତୀ ଅନୁଷ୍ଠିତ ହେବା ସହିତ ଭକ୍ତମାନଙ୍କ ପାଇଁ ସଂଧ୍ୟା ସମୟରେ ପ୍ରସାଦସେବନର ବ୍ୟବସ୍ଥା ରହିଛି । ମୁଖ୍ୟ ପୂଜକ ରାଜକିଶୋର ମିଶ୍ର, ପର୍ଶୁରାମ କର, ଶୁଭେନ୍ଦୁ କୁମାର ଦାଶ, ବେଣୁଧର ନନ୍ଦ, ସ୍ମୃତିରଞ୍ଜନ ନନ୍ଦ, କାମେଶ ରତ୍ନ ନନ୍ଦ ଓ ବିଷ୍ଣୁ ଚରଣ ଆଚାର୍ଯ୍ୟ ପ୍ରମୁଖ ସମସ୍ତ ପୂଜାକାର୍ଯ୍ୟ କରିବେ । କର୍ତା ଶିଶିର କୁମାର ବାରିକ ଓ ତାଙ୍କ ସହଧର୍ମିଣୀ ସସ୍ମିତା ବାରିକ, ସରୋଜ କୁମାର ମହାନ୍ତି ଓ ତାଙ୍କ ସହଧର୍ମିଣୀ ବୁନୁ ବରାଳ, ମଙ୍ଗୁଳି ଚରଣ ସାହୁ ଓ ତାଙ୍କ ସହଧର୍ମିଣୀ ରେବତୀ ସାହୁ ପ୍ରମୁଖ ଉପସ୍ଥିତ ରହିଛନ୍ତି। କମିଟିର ଅକ୍ଷୟ କୁମାର ଆଚାର୍ଯ୍ୟ, ସାଗର ପଟ୍ଟନାୟକ, ସୁଶାନ୍ତ ବାରିକ, ବିଚିତ୍ର କୁମାର ବରାଳ, ଦେବାଶିଷ ପଟ୍ଟନାୟକ, ବିଜୟ କୁମାର ତୁଙ୍ଗ ଓ ଅଜିତ କୁମାର ମହାପାତ୍ରଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରୁଛନ୍ତି ।

Leave a comment

Your email address will not be published. Required fields are marked *