#Uncategorized

ସଂକ୍ଷେପରେ ଉଦୟ ଲାବଣ୍ୟ

୧-ସ୍କୁଲ ମିଶ୍ରଣ ନିୟମ ବଦଳାଇଲେ ରାଜ୍ୟ ସରକାର।୨୦ ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲର ମିଶ୍ରଣ ନିଷ୍ପତ୍ତି ।

୨-ଝାରସୁଗୁଡା:ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ( ରାଜେନ୍ଦ୍ର ଦିଗଲ ଓ ପତ୍ନୀ ସୁଜାତା ଦିଗଲ ) ବଦାନ୍ୟତା, ନିଜ ପେନସନ ଟଙ୍କାରେ ବୃଦ୍ଧ ଦମ୍ପତିଙ୍କ ପାଇଁ ତିଆରି କଲେ ଘର।

୩-ଭୁବନେଶ୍ୱର : ଅପରେସନ୍‌ ବେଳେ ଛାତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା, ଘରୋଇ ହସପିଟାଲରେ ପୋଲିସ୍‌ ମୁତୟନ।

୪-ସ୍କୁଲ ବନ୍ଦ ପ୍ରସଙ୍ଗରେ ଉତ୍ତର ରଖିଲେ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ, କହିଲେ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରାଯାଇନି ସ୍କୁଲ।

୫-ଆଇଭିଏଫର ସଭାପତି ନିର୍ବାଚିତ ହୋଇଥିବାରୁ ବିଭିନ୍ନ ସଂଘ ପକ୍ଷରୁ କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତଙ୍କୁ ସମ୍ବର୍ଦ୍ଧନା।

୬-ଅଁଳା ନବମୀରେ ସାକ୍ଷୀଗୋପାଳରେ କଟକଣା ଲଗାଇଲା ପ୍ରଶାସନ,ମନ୍ଦିର ଚାରିପାଖର ୨୦୦ ମିଟର ପର୍ଯ୍ୟନ୍ତ ଲାଗୁ ହେଲା ୧୪୪ ଧାରା।

୭-ରାଜ୍ୟରେ ପଞ୍ଜିକୃତ ବେକାରୀଙ୍କ ସଂଖ୍ୟା ଟପିଲା ୮ ଲକ୍ଷ ୯୬ ହଜାର । ନିଯୁକ୍ତି ମେଳାରେ ଦିଆଯାଇଛି ମାତ୍ର ୧ ଲକ୍ଷ ୩୧ ହଜାର ନିଯୁକ୍ତି।

୮-ଚିନ୍ତା ବଢ଼ାଇଲାଣି ଦିଲ୍ଲୀ, ବିମାନ-ଟ୍ରେନ୍‌-ବସ୍‌ରେ ଫେରୁଥିବା ଲୋକଙ୍କ କରୋନା ପରୀକ୍ଷା ବାଧ୍ୟତାମୂଳକ !

୯-ନୂଆ ଦିଲ୍ଲୀ: ଆୟୁର୍ବେଦିକ ଡ଼ାକ୍ତରଙ୍କୁ ଅସ୍ତ୍ରୋପଚାର ପାଇଁ ମିଳିଲା ଅନୁମତି।

୧୦–କମେଡି କୁଇନ୍ ଭାରତୀ ସିଂ ଏବେ ନିଶା ଜଗତର ନାୟିକା । ଘରୁ ଗଞ୍ଜେଇ ମିଳିବା ପରେ ସ୍ୱାମୀଙ୍କ ସହ ଗଲେ ୧୪ ଦିନିଆ ବିଚାର ବିଭାଗୀୟ ହାଜତ।

୧୧-ଶ୍ରୀନଗରରେ ବର୍ଷର ସବୁଠୁ ଥଣ୍ଡା ରାତି: ରବିବାର ପାରଦ ବିଯୁକ୍ତ ୩ ଡ଼ିଗ୍ରୀ।

୧୨-ମହଙ୍ଗା ହେବ ମୋବାଇଲ୍ ସେବା; ୨୦% ପର୍ଯ୍ୟନ୍ତ ଶୁଳ୍କ ବଢ଼ାଇବାକୁ କମ୍ପାନୀଗୁଡ଼ିକର ଯୋଜନା‌

୧୩-ଭାରତବଂଶୋଦ୍ଭବ ମାଲା ଅଡିଗା ହେବେ ଆମେରିକା ଫାଷ୍ଟ ଲେଡିଙ୍କ ନୀତି ନିର୍ଦ୍ଦେଶିକା।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *