ଯିଏ ବଡ଼ଲୋକ ସେ ଭଲ ଲୋକ ନୁହେଁ ଯିଏ ଭଲ ଲୋକ ସିଏ ବଡ଼ଲୋକ ନୁହେଁ

admin | December 26, 2019 | 50 views |0 | Exclusive

କନ୍ଦରପୁର ଶିଶୁ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ ପାଳନ

ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁର ଗ୍ରାମର ଶିଶୁ ମନ୍ଦିର ବିଦ୍ୟାଳୟ ପାଳନ କରିଛି ଷଷ୍ଠ ବାର୍ଷିକ ଉତ୍ସବ. ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ପ୍ରଫେସର ନାରାୟଣ ପଣ୍ଡା ଗୋଟିଏ ବାକ୍ୟରେ ସମସ୍ତଙ୍କୁ ଆନ୍ଦୋଳିତ କରିଦେବା ସହିତ ସଭିଙ୍କ ମନରେ କଥାର ସାରା ମର୍ମ କୁ ନେଇ ଉତ୍ସାହ ଦେଖା ଦେଇଥିଲା, ଭାଷଣ ଛଳରେ କହିଥିଲେ ଯେ ଯିଏ ବଡ଼ଲୋକ ସେ ଭଲ ଲୋକ ନୁହେଁ ଯିଏ ଭଲ ଲୋକ ସିଏ ବଡ଼ଲୋକ ନୁହେଁ , ମୁଖ୍ୟ ବକ୍ତା ଭାବରେ କନ୍ଦରପୁର ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ପଣ୍ଡା ଶିଶୁ ମନ୍ଦିର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଥମେ ସଂସ୍କାର ଶିକ୍ଷା ଦିଆଯାଇ ଥାଏ ଯାହାକି ସାଧାରଣ ବିଦ୍ୟାଳୟ ମାନଙ୍କରେ ଦେଖିବାକୁ ମିଳେନାହିଁ , ସମ୍ମାନୀୟ ଅତିଥି ଭାବରେ ଓଡିଶା ଶିକ୍ଷା ବିକାଶ ସମିତିର ସଭାପତି ଶ୍ରୀଯୁକ୍ତ ଶରତ କୁମାର ସାମନ୍ତ ନିଜ ବକ୍ତବ୍ୟ ରେ ସମସ୍ତ ଇଂରାଜୀ ବିଦ୍ୟାଳୟ ଏବଂ ସରକାରୀ ବିଦ୍ୟାଳୟ କୁ ପଙ୍କ ସହିତ ତୁଳନା କରି ଶିଶୁ ମନ୍ଦିର ବିଦ୍ୟାଳୟ କୁ ପଦ୍ମ ଫୁଲ ସହିତ ତୁଳନା କରିଥିଲେ , ସ୍ଥାନୀୟ ସରପଞ୍ଚ ପରମାନନ୍ଦ ବେହେରା , ସମିତି ସଭ୍ୟ ମାନସ ରଞ୍ଜନ ସାହୁ, ପ୍ରଗତିବାଦୀ ସାମ୍ବାଦିକ ତଥା ସମାଜ ସେବି ବିଭୁତି ଭୂଷଣ ଖଟୁଆ ଯୋଗ ଦେଇଥିଲେ. ଅତିଥି ମାନଙ୍କ ପରିଚୟ ଦେଇଥିଲେ ବିଦ୍ୟାଳୟ ର ସମ୍ପାଦକ ସୁଶାନ୍ତ କୁମାର ସାହୁ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରଘୁନାଥ ସାହୁ ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ବିଦ୍ୟାଳୟ ସଭାପତି ଜଗନ୍ନାଥ ରାଉତ ବିଦ୍ୟାଳୟର ଭିନ୍ନ ଭିନ୍ନ ସମୟରେ ହୋଇଥିବା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ. ବିଭିନ୍ନ ପ୍ରତି ଯୋଗିତା ରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପଦକ ସହିତ ପ୍ରମାଣ ପତ୍ର ଅତିଥି ମାନେ ପ୍ରଧାନ କରିଥିଲେ. ଆଠଗଡ ଅଂଚଳରେ ସାମ୍ବାଦିକତା କ୍ଷେତ୍ରରେ କାମ କରି ସମାଜ ସେବା କରୁଥିବା ସାମ୍ବାଦିକ ମାନଙ୍କୁ ମୁଖ୍ୟ ଅତିଥି ଉତ୍ତରୀୟ ଏବଂ ଫୁଲ ତୋଡ଼ା ଦେଇ ସମ୍ମାନିତ କରିଥିଲେ . ସାମ୍ବାଦିକ ମାନଙ୍କ ମଧ୍ୟରେ ଥିଲେ ଉଦୟ ଲାବଣ୍ୟ ସମ୍ପାଦକ ଲଲାଟେନ୍ଦୁ ସେନାପତି, ଏମ ବି ସି ଟିଭି ର ପତିତପାବନ ରାଉତ, କାମୟାବ ଟିଭି ର ବିଜୟ ନାୟକ, ସଂଚାର ପ୍ରତିନିଧି ଦିଲ୍ଲୀପ କୁମାର ଦାସ, ଅଶୋକ ପ୍ରଧାନ ଏବଂ ଦୁର୍ମୁଖ ପ୍ରତିନିଧି ମନୋରଞ୍ଜନ ମହାପାତ୍ର. ଛୋଟ ଛୋଟ ପିଲା ମାନଙ୍କ ଦ୍ୱାରା ବିଭିନ୍ନ ନାଟ୍ୟ କଲା ପ୍ରଦର୍ଶନ କରାଯାଇଥିଲା. ଉକ୍ତ କାର୍ଯ୍ୟକ୍ରମ ଦେଖିବାକୁ ସୀତା କାକରା ରେ ଲୋକମାନେ ବସି ଉପଭୋଗ କରିଥିଲେ.
ସମ୍ପାଦନା – ମନୋରଞ୍ଜନ ମହାପାତ୍ର.

Share this

Related Posts

ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ,…

Udaya_Labanya | July 28, 2023 | 29 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା,…

ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର…

Udaya_Labanya | July 16, 2023 | 294 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ…

Leave a Reply

Your email address will not be published. Required fields are marked *

Archives

Categories