#Breaking News

ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ପନିପରିବା ଚାଷ ଉଜୁଡିଲା


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଓ କୁଆ ପଥର ମାଡ଼ ଯୋଗୁଁ ଜିଲ୍ଲାର ପନିପରିବା ଚାଷ ସଂପୂର୍ଣ୍ଣ ଭାବେ ଉଜୁଡି ଯାଇଛି। ଜିଲ୍ଲା ର ବିଶେଷ କରି ଅଣ ଜଳସେଚିତ ଅଞ୍ଚଳରେ ଅଣ ଧାନ ଚାଷ କରି ଚାଷୀ ବେଶ ଲାଭବାନ ହୋଇଥାନ୍ତି। ତେବେ ଗତ ସୋମବାର ସନ୍ଧ୍ୟାରୁ ଅମ୍ବାଭୋନା, ବରଗଡ଼, ସୋହେଲା ବ୍ଲକ ଅଞ୍ଚଳ ରେ ପ୍ରବଳ କରକାପାତ ସ°ଗକୁ ଆଜି ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ଫଳରେ ପନିପରିବା ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ପରିଲକ୍ଷିତ ହୋଇଛି। ଅମ୍ବାଭୋନା ବ୍ଲକ ଅଞ୍ଚଳ ରେ ଆଳୁ,ଗହମ, ଫୁଲକୋବି, ବନ୍ଧାକୋବି, ଟମାଟୋ,ସୋରିଷ ଚାଷ ହୋଇଥିବା ବେଳେ ଏହା ନଷ୍ଟ ହେବା ଯୋଗୁଁ ଚାଷୀ ଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ଷା ରେ କ୍ଷତି ଗ୍ରସ୍ତ ପ୍ରତ୍ୟେକ ତହସିଲ ଅନ୍ତର୍ଗତ ଗ୍ରାମ ଗୁଡିକରେ ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a comment

Your email address will not be published. Required fields are marked *