#Exclusive

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଦୁର୍ନୀତି : ଗ୍ୟାସ ସଂଯୋଗ ହେଇନି, ଖାତାରେ ପଡୁଛି ଟଙ୍କା

ବଲାଙ୍ଗୀର : ବଲାଙ୍ଗୀରର ଜିଲା ସଦର ବ୍ଲକ ସଦାଇପାଲି ପଞ୍ଚାୟତର ଗନ୍ଧରେଲ ଗାଁରେ ବବିନାଙ୍କ ଘର। କୁଲି, ମଜୁରୀ କରି ଚଳନ୍ତି ତାଙ୍କ ପରିବାର। ସରକାରଙ୍କ ଗରିବ ଶ୍ରେଣୀ ତାଲିକାରେ ଥିବାରୁ ତାଙ୍କୁ କାର୍ଡ ବି ମିଳିଛି। ବଲାଙ୍ଗୀର ଇଣ୍ଡିଆନ୍‍ ବ୍ୟାଙ୍କରେ ତାଙ୍କର ଜନଧନ ଆକାଉଣ୍ଟ ରହିଛି। ଏହି ଆକାଉଣ୍ଟରେ ଏପ୍ରିଲ ମାସରେ ୫୯୫ ଟଙ୍କା ଓ ମେ ମାସରେ ଜମା ହୋଇଥିଲା ୭୭୪ ଟଙ୍କା। କିଏ ଓ କାହିଁକି ଟଙ୍କା ପଠାଇଲା ବୋଲି ବ୍ୟାଙ୍କକୁ ବୁଝିବାକୁ ଯାଇଥିଲେ। ସେଠାରେ ସେ ଜାଣିବାକୁ ପାଇଥିଲେ ଯେ, ସେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଗ୍ୟାସ ଯୋଜନାର ହିତାଧିକାରୀ। ତେଣୁ ତାଙ୍କୁ ଲକ୍‍ଡାଉନ୍‍ ସମୟରେ କେନ୍ଦ୍ର ସରକାର ଗ୍ୟାସ୍‍ କିଣିବା ପାଇଁ ଜନଧନ ଆକାଉଣ୍ଟରେ ଟଙ୍କା ଜମା କରିଛନ୍ତି। ଏହି ଟଙ୍କା ଉଠାଇ ସେ ଗ୍ୟାସ କିଣିପାରିବେ। ବ୍ୟାଙ୍କରୁ ସେ ଏହି କଥା ଶୁଣିବା ପରେ ତାଜୁବ ହୋଇଥିଲେ। ଉଜ୍ଜ୍ୱଳା ଯୋଜନାରେ ତାଙ୍କୁ ସାମିଲ କରିବା ପାଇଁ ଗ୍ୟାସ୍‍ ଏଜେନ୍ସି ପକ୍ଷରୁ କାଗଜପତ୍ର ଦୀର୍ଘ ବର୍ଷ ତଳେ ନିଆଯାଇଥିଲା। କିନ୍ତୁ ତାଙ୍କୁ ଗ୍ୟାସ ସଂଯୋଗ କି ଚୁଲା ଦିଆଯାଇ ନଥିଲା। ଘରେ ସେ ବହୁ କଷ୍ଟରେ ରନ୍ଧାରନ୍ଧି କରୁଥିବା ବେଳେ ତାଙ୍କ ଆକାଉଣ୍ଟରେ ଟଙ୍କା ପଡିବା ସେ ବୁଝିପାରି ନଥିଲେ। ଏହା କେମିତି ହେଲା ବୋଲି ତାଙ୍କ ମନରେ ପ୍ରଶ୍ନ ଉଠିଥିଲା।

Leave a comment

Your email address will not be published. Required fields are marked *