#Breaking News #Uncategorized

ଉଦୟ ଲାବଣ୍ୟର ପ୍ରଭାବ ବନ୍ଧଖମଣ ଗ୍ରାମରେ ଟ୍ରାନସଫରମର ମରାମତି ହେଲା,ଗ୍ରାମବାସୀ ଖୁସି


ଫୁଲବାଣୀ- (ସୁନୀଲ ପଟନାୟକ) ଗତ ମେ୩୧। ୨୦୨୧ରେ ଉଦୟ ଲାବଣ୍ୟରେ ଖବର ପ୍ରକାଶ ପାଇବା ପରେ ବିଦ୍ୟୁତ ବିଭାଗ ଚେତିଲା। ଅଚଳଟ୍ରାନସଫରମର କୁ ବାହାର କରି ସେଠାରେ ନୂଆ ଟ୍ରାନସଫରମର ବସ। ଯିବା ଫଳରେ ଗ୍ରାମରେ ବିଦ୍ୟୁତ ଆଲୋକ ଜଳିଲା । ଦୀର୍ଘମାସ ହେଲା ଅନ୍ଧାରରେ ରହୁଥିବାଲୋକେ ଏବେ ପୁଣିଆଲୋକ ଦେଖିପାରିଛନ୍ତି । ଫଳରେ ଗ୍ରାମବାସୀ ବିଦ୍ୟୁତ ବିଭାଗ କତୃପକ୍ଷ ଓ ଗଣମାଧ୍ୟମ ପ୍ରତିନିଧି କୁ ସାଧୁବାଦ ଜଣାଇଛନ୍ତି ।
ସୂଚନା ଯୋଗ୍ୟ ଯେ,କନ୍ଧମାଳ ଜିଲ୍ଲାଚକାପାଦ ବ୍ଳକର ବ୍ରାହ୍ମଣପାଦ ପଞ୍ଚାୟତର ବନ୍ଧଖମଣଗ୍ରାମରେ ଥିବା ବିଦ୍ୟୁତ ଟ୍ରାନସଫରମର କୌଣସି କାରଣ ରୁ ପୋଡ଼ିଯିବା ଫଳରେ ଗ୍ରାମବାସୀ ଅନ୍ଧାରରେ ରହୁଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ପରେ ମଧ୍ୟ ବିଦ୍ୟୁତ ବିଭାଗ ଯନ୍ତ୍ରୀ ଶୁଣି ନଥିଲେ।
ଫଳରେ ମାସ ମାସ ଧରି ଲୋକେ ଅନ୍ଧାରରେ ରହୁଥିଲେ। ଏନେଇ ଉଦୟ ଲାବଣ୍ୟରେ ଖବର ପ୍ରକାଶ ପାଇବାପରେ ତତକ୍ଷଣାତ ମରାମତି କରିଥିଲା ବିଦ୍ୟୁତ ବିଭାଗ।

Leave a comment

Your email address will not be published. Required fields are marked *